ରୁଷ ତେଲ ଡିପୋରେ ୟୁକ୍ରେନ୍ର ଆକ୍ରମଣ

ୟୁକ୍ରେନର ହେଲିକପ୍ଟର ଗୁଡ଼ିକ ରୁଷୀୟ ସହର ଉପରେ ଆକ୍ରମଣ କରିଥିବା ରୁଷ ଦାବି କରିଛି । ରୁଷର ଅଭିଯୋଗ ୟୁକ୍ରେନ ଏହାର ସୀମାର ୨୫ କିଲୋମିଟର ଭିତରେ ପ୍ରବେଶ କରି ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛି । ରୁଷ ମିଲିଟାରି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଆକ୍ରମଣ ପରେ ତୈଳ ଡିପୋରେ ପ୍ରବଳ ବେଗରେ ନିଆଁ ଜଳୁଥିବା ଦେଖାଯାଉଥିବା ଦେଖାଯାଉଛି ।
ରୁଷ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକାପ୍ଟରଗୁଡ଼ିକ ଅଳ୍ପ ଉଚ୍ଚତାରୁ ତୈଳ ଡିପୋ ଓ ଏୟାରପୋର୍ଟକୁ ମିସାଇଲ ନିକ୍ଷେପ କରାଯାଇଥିଲା । ଏହା ଫଳରେ ତୈଳ ଡିପୋରେ ବଡ଼ ବିସ୍ଫୋରଣ ହୋଇଥିଲା । ତେବେ ଏହି ଆକ୍ରମଣରେ ଏୟାରପୋର୍ଟର ବିଶେଷ କ୍ଷତି ହୋଇନଥିବା ରୁଷ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣ ସଂପର୍କରେ ୟୁକ୍ରେନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
କିଛି ଦିନ ପୂର୍ବେ ବିଶେଷଜ୍ଞମାନେ ଦାବି କରିଥିଲେ, ରୁଷ ନିଜ ଅଞ୍ଚଳରେ ବିସ୍ଫୋରଣ କରି ଏଥିପାଇଁ ୟୁକ୍ରେନକୁ ଦାୟୀ କରିପାରେ। ଏବେ ରୁଷର ଏହି ଅଭିଯୋଗ କିଛି ଭିନ୍ନ ସଂକେତ ଦେଉଛି। ରୁଷ ଅଧିକାରୀ ଗ୍ଲାଡକୋଭ କହିଛନ୍ତି, ୟୁକ୍ରେନର ଦୁଇଟି ସୈନ୍ୟ ହେଲିକପ୍ଟର ସାହାଯ୍ୟରେ ଏହି ଆକ୍ରମଣ କରାଯାଇଛି।
Powered by Froala Editor