ମହାରାଷ୍ଟ୍ରରେ ହଟିବ କଟକଣା: ଏପ୍ରିଲ ୨ରୁ ଦରକାର ପଡ଼ିବନି ମାସ୍କ
କରୋନାର ପ୍ରକୋପ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଆଉ କିଛି ବି କରୋନା କଟକଣା ଲାଗୁ ହେବନି।
ଏନେଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶନିବାର(ଏପ୍ରିଲ ୨) ଠାରୁ ରାଜ୍ୟରେ ସମସ୍ତ କୋଭିଡ୍ କଟକଣା ହଟାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କରୋନା ସଂକ୍ରମଣ କମିବା ଓ କେନ୍ଦ୍ର ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ଆକ୍ଟ ଉଠିଯିବା ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସେହିପରି କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଥିବା ଯାତ୍ରୀମାନଙ୍କ ପାଇଁ ମୁମ୍ବାଇ ଲୋକାଲ ଟ୍ରେନ୍ରେ ଯାତ୍ରା କରିବାକୁ ହେଲେ ଆଉ ଡବଲ ମାସ୍କ ବାଧ୍ୟତାମୂଳକ ରହିବ ନାହିଁ। ଏହି ଆଇନକୁ ମଧ୍ୟ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ତେବେ କଟକଣା ଉଠିଯିବା ଅର୍ଥ ବେଖିଆଲି ହେବା ତାହା ନୁହେଁ, ଲୋକମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
Powered by Froala Editor