ଚର୍ଚ୍ଚାରେ ‘ମୋମୋ ୱିଥ୍ ମମତା’

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ମୋମୋ ବିକାଳିଙ୍କୁ ସାହାଯ୍ୟ କରିଥିବା ଦେଖାଯାଇଛି। ଟଙ୍କା ଦେଇ ନୁହେଁ ବରଂ ତାଙ୍କୁ ମୋମୋ ତିଆରି କରିବାରେ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଚାଏ ପେ ଚର୍ଚ୍ଚା’ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ମୋମୋ ୱିଥ୍ ମମତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।
ଖବର ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରବଙ୍ଗରେ ଥିବା ଦାର୍ଜେଲିଂ ଗସ୍ତ କରିଥିଲେ। ଏହି ସମୟରେ ସେ ଜଣେ ବ୍ୟବସାୟୀଙ୍କ ଷ୍ଟଲ୍କୁ ଯାଇ ତାଙ୍କ ସହିତ ମିଶି ମୋମୋ ତିଆରି କରିବେ ବୋଲି ବ୍ୟବସାୟୀଙ୍କୁ କହିଥିଲେ। ବ୍ୟବସାୟୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ମୋମୋ ତିଆରି କରିବା କଥା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ପରେ ସେ ମମତାଙ୍କ ସହିତ ମୋମୋ ତିଆରି କରିବା ପାଇଁ ପ୍ରସ୍ତୁତ ହେଲେ। ଏହାପରେ ମମତା ବାନାର୍ଜୀ ନିଜ ହାତରେ ମୋମୋ ତିଆରି କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କେହି ଜଣେ ଭିଡିଓ ରେକର୍ଡଂ କରିଥିଲେ। ଯାହାକୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଡେପୁଟି ଏଡିଟର ଇନ୍ଦ୍ରଜିତ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର ରିଛନ୍ତି। ସେ ଭିଡିଓଟିକୁ ଟ୍ୱିଟ୍ କରିବା ସହିତ ଲେଖିଛନ୍ତି ମୋମୋ ୱିଥ୍ ମମତା। ଏହି ଭିଡିଓଟି ଭାଇରାଲ ହେବା ପରେ ଏବେ ଲୋକେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଚାଏ ପେ ଚର୍ଚ୍ଚା’ ସହ ତୁଳନା କରି ‘ମୋମୋ ୱିଥ୍ ମମତା’ କହି ଭିଟିଓକୁ ରିଟ୍ବିଟ କରିବାରେ ଲାଗିଛନ୍ତି।
Powered by Froala Editor