କମିଲା ସୁନା ଓ ରୂପା ଦାମ୍
ହୁ ହୁ ହୋଇ ସୁନା ଓ ରୂପା ଦର ବଢିଚାଲିଥିବାବେଳେ ଏବେ ସାମାନ୍ୟ ଦରରେ ହ୍ରାସ ହୋଇଛି । ରାଜଧାନୀ ନୂଆଦିଲ୍ଲୀରେ ୧୦ ଗ୍ରାମ ସୁନା ପ୍ରତି ୪୩୭ ଟଙ୍କା ହ୍ରାସ ପାଇ ସୁନାର ଦାମ୍ ୫୧,୧୫୧ ଟଙ୍କା ରହିଛି । ପୂର୍ବରୁ ୧୦ ଗ୍ରାମ୍ ସୁନା ପ୍ରତି ୫୧,୫୮୮ ଟଙ୍କା ରହିଥିଲା । ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋଗ୍ରାମ୍ ପ୍ରତି ୭୨୨ଟଙ୍କା ହ୍ରାସ ପାଇଛି । ରୁପା କିଲୋଗ୍ରମ୍ ପ୍ରତି ମୂଲ୍ୟ ୬୭,୫୧୫ ଟଙ୍କା ରହିଛି ।
ଏନେଇ ଏଚଡିଏଫସି ସିକ୍ୟୁରିଟି ସିନିୟର ଆନାଲିଷ୍ଟ ତପନ ପଟେଲ କହିଛନ୍ତି, ସୁନା ମୂଲ୍ୟ ୧,୯୧୮ ଡଲାରରୁ କମ୍ ହୋଇ ୦.୨୫% ହ୍ରାସ ପାଇଛି । ରୁପା ମଧ୍ୟ ୨୪.୮୦ ଡଲାରରେ କାରବାର ହେଉଛି । ଏହାକୁ ମିଶାଇ ଦିଲ୍ଲୀରେ ୪ର୍ଥ ଥର ପାଇଁ ସୁନା ରୁପା ଦାମ୍ ହ୍ରାସ ପାଇଛି ।
Powered by Froala Editor