ଭୂକମ୍ପରେ ଥରିଲା ଲେହ
ମଙ୍ଗଳବାର ସକାଳୁ ଜମ୍ମୁ-କାଶ୍ମୀରର ଲେହରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣା ପଡିଛି । ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା । ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି । ତେବେ ଭୂକମ୍ପ କାରଣରୁ କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ରେକର୍ଡ ହୋଇନାହିଁ ।
ଏହାପୂର୍ବରୁ ସୋମବାର ବିଳମ୍ବିତ ରାତ୍ରରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଲାଗିଥିଲା। ଦିଗଲୀପୁର ଭୂମିକମ୍ପରେ ଥରିଥିଲା। ଏହାର ତୀବ୍ରତା ୪.୪ ଥିଲା। ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି। ସେହିପରି ସୋମବାର ହିମାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ହୋଇଥିଲା।
Powered by Froala Editor