ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ
ବ୍ୟାଙ୍କରେ ଜରୁରୀ କାମ ଅଛି କି? ଯଦି ଅଛି ତେବେ ତୁରନ୍ତ କାମ ସାରି ଦିଅନ୍ତୁ । କାରଣ ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୱେବସାଇଟରେ ବ୍ୟାଙ୍କ ସମ୍ବନ୍ଧୀୟ ଛୁଟି ଦିନଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ରହିଛି । ଚଳିତ ବର୍ଷ ଏପ୍ରିଲରେ ଗୁଡ଼ି ପାଡୱା, ଆମ୍ବେଦକର ଜୟନ୍ତୀ ଏବଂ ସରହୁଲ ଅବସରରେ ବିଭିନ୍ନ ଜୋନରେ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହାବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହ ଚାରୋଟି ରବିବାର ମଧ୍ୟ ଛୁଟିଦିନ ରହିଛି ।
୨୦୨୨ ଏପ୍ରିଲ୍ ୧, (ଶୁକ୍ରବାର) ଆର୍ଥିକ ବର୍ଷର ପ୍ରଥମ ଦିନରେ ଅଧିକାଂଶ ସ୍ଥାନରେ ବ୍ୟାଙ୍କଗୁଡିକ କାର୍ଯ୍ୟ ବନ୍ଦ ରହିବ । ଏପ୍ରିଲ୍ ୨,(ଶନିବାର) ଗୁଡି ପାଡୱା / ଉଗାଡି ଫେଷ୍ଟିଭାଲ୍ / ନବରାତ୍ରୀର ପ୍ରଥମ ଦିନ / ତେଲୁଗୁ ନୂଆ ବର୍ଷ / ସାଜିବୁ ନୋଙ୍ଗମମ୍ପବା ଅବସରରେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ପାଣଜୀ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।ଏପ୍ରିଲ୍ ୩ (ରବିବାର) ଦିନ ବ୍ୟାଙ୍କଗୁଡିକରେ ସାପ୍ତାହିକ ଛୁଟି ରହିଛି । ଏପ୍ରିଲ୍ ୪ (ସୋମବାର) ସରହୁଲ ଅବସରରେ ରାଞ୍ଚିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏପ୍ରିଲ ୫ ((ମଙ୍ଗଳବାର) ବାବୁ ଜଗଜୀବନ ରାମଙ୍କ ଜନ୍ମ ବାର୍ଷିକୀ ଅବସରରେ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ । ଏପ୍ରିଲ୍ ୯ (ଶନିବାର) ମାସର ଦ୍ୱିତୀୟ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ । ଏପ୍ରିଲ ୧୦ (ରବିବାର)ଦିନ ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିଥାଏ । ଏପ୍ରିଲ ୧୪ (ଗୁରୁବାର) ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ / ମହାବୀର ଜୟନ୍ତୀ / ବାଇସାଖୀ / ତାମିଲ ନୂଆ ବର୍ଷ / ଚେରୋବା, ବିଜୁ ଫେଷ୍ଟିଭାଲ / ବୋହର ବିହୁ ଅବସରରେ ଶିଲଙ୍ଗ ଓ ସିମଲା ବ୍ୟତୀତ ଅନ୍ୟସବୁଆଡ଼େ ବ୍ୟାଙ୍କ ବନ୍ଦ ରହିବ ।
ଏପ୍ରିଲ୍ ୧୫ (ଶୁକ୍ରବାର) ଗୁଡ୍ ଫ୍ରାଏ ଡେ / ବଙ୍ଗାଳୀ ନୂତନ ବର୍ଷ / ହିମାଚଳ ଦିବସ / ବୋହାଗ ବିହୁ ଅବସରରେ ଜୟପୁର, ଜାମ୍ମୁ ଏବଂ ଶ୍ରୀନଗର ବ୍ୟତୀତ ଅନ୍ୟ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏପ୍ରିଲ ୧୬ (ଶନିବାର) ଗୁହାହାଟୀରେ ବୋହାଗ ବିହୁ କାରଣରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏପ୍ରିଲ୍ ୧୭ (ରବିବାର) ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ୍ ୨୧ (ଗୁରୁବାର) ଗଡିୟା ପୂଜାରେ ଅଗରତାଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏପ୍ରିଲ୍ ୨୩ (ଶନିବାର) ମାସର ଚତୁର୍ଥ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏପ୍ରିଲ୍ ୨୪ (ରବିବାର) ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ୍ ୨୯ (ଶୁକ୍ରବାର) ଶବ୍-ଇ-କଦ୍ର / ଜୁମାତ-ଉଲ୍-ବିଡା ଅବସରରେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ସୂଚନା ଯେ, ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧, ୨୦୨୨ରୁ ଆରମ୍ଭ ହେବାକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ବ୍ୟାଙ୍କଗୁଡ଼ିକରେ ଗ୍ରାହକମାନଙ୍କ କାରବାର ହୋଇନଥାଏ । କେବଳ ଗୋଟିଏ ଦିନ ନୁହେଁ ବରଂ ଆସନ୍ତା ମାସରେ ମୋଟ ୩୦ ଦିନ ମଧ୍ୟରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।
Powered by Froala Editor