ଓସ୍କାର ମଂଚରେ ଆଙ୍କରକୁ ମୁଥ ମାରିଲେ ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାରଣ

କାର୍ଲିଫର୍ନିଆ: ୨୦୨୨ ଓସ୍କାର ପୁରସ୍କାର ବିତରଣ ମଞ୍ଚରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ୍ ଉପସ୍ଥାପକ କ୍ରିସ୍ ରକ୍ଙ୍କୁ ଏକ ମୁଥ ମାରିଛନ୍ତି।
ସୂଚନା ଅନୁସାରେ ଡକୁ୍ୟମେଣ୍ଟାରୀ ଫିଚର ପାଇଁ ଓସ୍କାର ପୁରସ୍କାର ଉପସ୍ଥାପନ କରିବାକୁ କ୍ରିସ ରକ୍ ମଂଚକୁ ଆସିଥିଲେ । ଏହି ସମୟରେ କ୍ରିସ୍ ରକ୍ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ୍ ସ୍ମିଥଙ୍କ କେଶ ଉପରେ ମନ୍ତବ୍ୟ ଦେଇଥିଲେ । ଏହାଦେଖି ସ୍ମିଥ ରାଗିଯାଇଥିଲେ । ଏହାପରେ ସେ ମଞ୍ଚରେ ପହଞ୍ଚି କ୍ରିସ୍ ରକଙ୍କୁ ଏକ ମୁଥ ମାରିଥିଲେ ।
କ୍ରିସ୍ ରକ୍ ଫିଲ୍ମ ଜି ଆଇ ଜେନ ୨ ବିଷୟରେ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ ସ୍ମିଥଙ୍କୁ ପରିହାସ କରିଥିଲେ । ଜଡାଙ୍କ ଚନ୍ଦା କେଶ ଉପରେ ମନ୍ତବ୍ୟ ଦେଇ କ୍ରିସ୍ ରକ୍ କହିଥିଲେ, ଚନ୍ଦା କେଶ ପାଇଁ ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି । ଯଦିଓ ସତକଥା ହେଉଛି ଯେ, ଜଡା ଫିଲ୍ମ ପାଇଁ କେଶ କାଟି ନାହନ୍ତି, ବରଂ ସେ ଆଲୋପେସିଆ ନାମକ ଏକ କେଶ ରୋଗ ସହ ଲଢୁଛନ୍ତି । ଏଥିପାଇଁ କେଶ ଚନ୍ଦା ହୋଇଯିବ । ଏଭଳି ପରିସ୍ଥିତିରେ ୱିଲ ତାଙ୍କ ସ୍ତ୍ରୀଙ୍କୁ ପରିହାସ କରୁଥିବାର ଦେଖି ରାଗି ଯାଇ ମଞ୍ଚକୁ ଯାଇ କ୍ରିସ୍ ରକଙ୍କୁ ମୁଥ ମାରିଥିଲେ । ଏହା ଦେଖି ସେଠାରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Powered by Froala Editor