ନୀତୀଶ କୁମାରଙ୍କୁ ଆକ୍ରମଣ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଜି ପାଟନାର ବଖତିଆରପୁରଠାରେ ଆକ୍ରମଣ ହୋଇଛି । ବଖତିଆରପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୀତୀଶ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଏକ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସୁରକ୍ଷାକର୍ମୀଙ୍କୁ ଭେଦ କରି ଜଣେ ଯୁବକ ତାଙ୍କ ନିକଟକୁ ଯାଇ ମୁଥ ମାରିବାକୁ ଉଦ୍ୟମ କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ତୁରନ୍ତ ସଂପୃକ୍ତ ଯୁବକକୁ ଧରି ପକାଇଥିଲେ । ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି । ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଏବଂ ତା ନାମ ଶଙ୍କର କୁମାର ଓରଫ ଛୋଟୁ । ସେ ବଖତିୟାରପୁରରେ ସୁନାରୁପା ଦୋକାନ କରିଛି । ପୁଲିସ ତାକୁ ସେଠାରୁ ନେଇ କୌଣସି ଅଜଣା ସ୍ଥାନରେ ପଚରାଉଚରା କରୁଛି ।
ସୂଚନାଯୋଗ୍ୟ ଯେ ୨୦୨୦ରେ ମଧୁବନିର ଏକ ନିର୍ବାଚନୀ ସଭାରେ ମଧ୍ୟ ନୀତୀଶଙ୍କୁ ଆକ୍ରମଣ କରିବା ଲାଗି ଉଦ୍ୟମ ହୋଇଥିଲା ।
Powered by Froala Editor