ଦେଶରେ ୧ହଜାର ୨୭୦ଜଣ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି କରୋନା । ଗତ ୨୪ଘଣ୍ଟାରେ ଦେଶରେ ୧ହଜାର ୨୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଆରମ୍ଭରୁ ମୋଟ ୪କୋଟି ୩୦ଲକ୍ଷ ୨୦ହଜାର ୭୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ କେରଳର ସର୍ବାଧିକ ୪୦୦ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୧୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏବେସୁଦ୍ଧା ଦେଶରେ ଟିକାକରଣ ସଂକ୍ୟା ୧୮୩କୋଟି ୩୦ଲକ୍ଷରୁ ଅଧିକ ଟପିଛି । ସେଥିମଧ୍ୟରେ ୯୧କୋଟି ୩୦ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଥିବାବେଳେ ୭୯କୋଟି ୧୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୦ହଜାର ତଳେ ରହିଛି । ଏହା ୧୫ହଜାର ୮୫୯ ରହିଛି । ସେହିପରି ଗତ ୨୪ଘଣ୍ଟାରେ ୧ହଜାର ୫୬୭ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୮୩ହଜାର ୮୨୯ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor