ସିନ୍ଧୁ ଜିତିଲେ ସୁଇସ୍ ଓପନ ଟ୍ରଫି
ଭାରତର ମହିଳା ବ୍ୟଡମିଣ୍ଟନ ତାରକା ପି ଭି ସିନ୍ଧୁ ରବିବାର ଆଉ ଏକ ଟାଇଟଲ ହାସଲ କରିଛନ୍ତି। ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁନଫାନଙ୍କୁ ଫାଇନାଲରେ ହରାଇ ହାତେଇଛନ୍ତି ସୁଇସ୍ ଓପନ ଟ୍ରଫି। ସିନ୍ଧୁ ପ୍ରତିପକ୍ଷ ଖେଳାଳିଙ୍କୁ ୨୧-୧୬, ୨୧-୮ ଗେମ୍ରେ ହରାଇ ଦେଇଛନ୍ତି। ଏହି ବିଜୟ ଲାଗି ତାଙ୍କୁ ମାତ୍ର ୪୯ ମିନିଟ୍ ଲାଗିଥିଲା। ହା ପୂର୍ବରୁ ଜାନୁଆରୀ ମାସରେ ସାୟେଦ ମୋଦୀ ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଥିଲେ।
ଟୁର୍ଣ୍ଣାମେଣ୍ଟରେ ଲାଗାତର ନିଜର ଦ୍ୱିତୀୟ ଫାଇନାଲ ଖେଳୁଥିବା ପି.ଭି.ସିନ୍ଧୁ ପ୍ରଥମ ଗେମରେ ୨୧-୧୬ରେ ନିଜ ନାଁରେ କରିଥିଲେ। ଏହାପରେ ଦ୍ୱିତୀୟ ଗେମକୁ ଏକତରଫା ୨୧-୮ ଜିତି ସିଧା ଗେମରେ ବିଜୟୀ ହୋଇଥିଲେ। ବୁସାନାନ ବିପକ୍ଷରେ ଏହାଥିଲା ସିନ୍ଧୁଙ୍କ ୧୬ତମ ବିଜୟ । ଦୁହେଁ ୧୭ଥର ମୁହାଁମୁହିଁ ହୋଇଥିବା ବେଳେ ବୁସାନାନ କେବଳ ଥରେ ବିଜୟୀ ହୋଇଛନ୍ତି। ୨୦୧୯ରେ ହଂକଂ ଓପନରେ ବୁସାନାନ ସିନ୍ଧୁଙ୍କୁ ହରାଇଥିଲେ।
Powered by Froala Editor