ରବିବାରଠୁ ଉଡିବ ଅନ୍ତର୍ଜାତୀୟ ବିମାନ, ଜାଣନ୍ତୁ ସଂଶୋଧିତ ନିୟମ ବିଷୟରେ...
ମାର୍ଚ୍ଚ ୨୭ ଅର୍ଥାତ ରବିବାରଠୁ ଏହି ସେବା ପୁନର୍ବାର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଏହା ବାଦ୍ ଅନ୍ତର୍ଜାତୀୟ ବିମାନ ଯାତ୍ରାର ଗାଇଡଲାଇନରେ କିଛି ପରିବର୍ତ୍ତନ କରାଯାଇଛି । ଏବେ ଆଉ ବିମାନ ଭିତରେ ସାମାଜିକ ଦୂରତା ବା ୩ ସିଟ୍ ମଝିରେ ବ୍ୟବଧାନ ରଖିବା ଆବଶ୍ୟକ ନାହିଁ । ସଂଶୋଧିତ ଗାଇଡ ଲାଇନ ଅନୁଯାୟୀ, ଏବେ ଆଉ ଚାଳକ ଦଳ ପିପିଇ କିଟ୍ ପିନ୍ଧିବାର ଆବଶ୍ୟକତା ନାହିଁ । ତେବେ ଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ହେବ । ବିମାନ ବନ୍ଦର ଓ ବିମାନ ଭିତରେ ମାସ୍କ ପିନ୍ଧିବା ଜରୁରୀ । ସେହିପରି ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଉଥିବା ପ୍ୟାଟ-ଡାଉନ ଯାଞ୍ଚ ଆରମ୍ଭ କରାଯାଇଛି ।
ସୂଚନାନୁସାରେ, କରୋନା କାରଣରୁ ଗତ ୨ ବର୍ଷ ହେଲା ଅନ୍ତରାଷ୍ଟ୍ରୀୟ ଉଡାଣ ବନ୍ଦ ରହିଛି । କିନ୍ତୁ ମାର୍ଚ୍ଚ ୨୭ରୁ ଏହି କଟକଣା ଶେଷ ହୋଇଯିବ । ସମସ୍ତ ଦିଗକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଯାତ୍ରୀଙ୍କୁ କିଛିଟା ନିୟମ ଉପରେ ଧ୍ୟାନ ରଖିବାକୁ ହେବ ।
Powered by Froala Editor