ଦେଶରେ ଦିନକରେ ୧୬୬୦ ନୂଆ ସଂକ୍ରମିତ, ୪୧୦୦ ମୃତ
ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ହ୍ରାସ ପାଉଛି ସଂକ୍ରମଣ । ପ୍ରତ୍ୟହ ୨ ହଜାର ତଳେ ରହୁଛି ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୬୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ଦେଶରେ ୪,୧୦୦ କୋରୋନା ଜନିତ ମୃତ୍ୟୁ ରେକର୍ଡ ହୋଇଛି । କିଛି ରାଜ୍ୟ ପିଛିଲା ଭାବେ ମୃତ୍ୟୁସଂଖ୍ୟା ହିସାବ ଦେଇଥିବା ଯୋଗୁଁ ଆଜି ମୃତ୍ୟୁସଂଖ୍ୟା ଅଧିକ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨,୩୪୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ୧୬,୭୪୧ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ୦.୨୫% ରହିଛି । ଏଯାବତ୍ ଭାରତରେ ମୋଟ ୪,୩୦,୧୮,୦୩୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୦,୮୫୫ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ଏବେସୁଦ୍ଧା ସମୁଦାୟ ୧,୮୨,୮୭,୬୮,୪୭୬ କୋଟି ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor