ନବୀନ ନିବାସ ନେଇ ଆସିଲା ଏହି ଖବର,ଜାଣନ୍ତୁ କ’ଣ

ଭୁବନେଶ୍ୱର: ନବୀନ ନିବାକୁ ନେଇ ଆସିଲା ବଡ଼ ଖବର । ନବୀନ ନିବାସରେ ଜଳିବନି ଆଲୁଅ । କେବଳ ସେତକୁ ନୁହଁ କୌଣସି ବିଦୁ୍ୟତ ଚାଳିତ ସରଞ୍ଜାମ ବି ଚାଲିବନି । ସବୁ ବନ୍ଦ ରହିବ । ତେବେ ଏହା ପଛରେ ଏକ ମହାନ କାରଣ ଲୁଚି ରହିଛି । ଆଜି ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱାର । ରାତି ସାଢ଼େ ୮ଟାରୁ ଏକ ଘଂଟା ଧରି ଅର୍ଥାତ ସାଢ଼େ ୯ଟା ପର୍ୟ୍ୟନ୍ତ ବନ୍ଦ ରହିବ ନବୀନ ନିବାସର ସମସ୍ତ ବିଦ୍ୟୁତ ଚାଳିତ ସରଞ୍ଜାମ । ଏଥିସହ ଭବିଷ୍ୟତ ପିଢ଼ି ଓ ବିଶ୍ୱକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଶକ୍ତି ସରଂକ୍ଷଣ କରିବାକୁ ନବୀନ ଅପିଏ କରିଛନ୍ତି ।
ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର । ରାତି ସାଢ଼େ ୮ଟାରୁ ସାଢ଼େ ୮ଟା ପର୍ୟ୍ୟନ୍ତ ଅନାବଶ୍ୟକ ବିଦ୍ୟୁତ୍ ପ୍ରବାହ ବନ୍ଦ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି । ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ୟ୍ୟକ୍ରମ ପାଳନ କରାଯାଉଛି ।
Powered by Froala Editor