ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲେ ଚିଠି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାସନ ସ୍ୱାଇଁ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏହାରିଭିତରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ମୃତ୍ୟୁ ପୂର୍ବରୁ କ୍ୟାମେରାମ୍ୟାନ ମାନସ ଚିଠି ଲେଖିଥିଲେ । ଦୟାଲ ଆଶ୍ରମର କେୟାରଟେକର ମାନସଙ୍କ ଚିଠି ପାଇଥିଲେ । ଦୟାଲ ଆଶ୍ରମର କେୟାରଟେକର ଜନୈକା ମହିଳା ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆଶ୍ରମର ଉକ୍ତ ଘରଟିକୁ ଝାଡୁ କଲାବେଳେ ଖଟ ତଳୁ ଚିଠି ପାଇଥିଲେ । ପଲିଥିନରେ ଗୁଡା ହୋଇଥିବା ଚିଠିରେ ବହୁତ କଥା ଲେଖା ହୋଇଥିଲା । ପଲିଥିନରେ ୩ଟି ଚିଠି ଥିଲା । ସବୁ ଚିଠିରେ ସମାନ କଥା ଲେଖା ହୋଇଥିଲା ବୋଲି କେୟାରଟେକର କହିଛନ୍ତି । ସେମାନେ ତାଙ୍କୁ ଉଠାଇ ଆଣି ପିଟିଥିବା ମାନସ ଚିଠିରେ ଲେଖିଥିଲେ । ତାଙ୍କର କ୍ୟାମେରା, ମୋବାଇଲ, ପାସବୁକ୍ ଛଡାଇ ନେଇଥିବା ମଧ୍ୟ ଚିଠିରେ ଲେଖାଥିଲା ।
ସେ ଚିଠିରେ ଆହୁରି ମଧ୍ୟ ଲେଖାଥିଲା ଯେ, ମୁଁ ଯଦି ମରିଯାଏ, ଶବ ଏ ପାପୀମାନଙ୍କୁ ଦେବନି । ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁ’କୁ ପଠାଇଦେବ । ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ୍ ନମ୍ବର ଲେଖିଥିଲେ ବୋଲି ସେ କହିଛନ୍ତି । ସେ ଚିଠିଟି ପଢିବା ପରେ କେୟାରଟେକର ଜଣଙ୍କ ସଂଧ୍ୟାରେ ଶର୍ମିଷ୍ଠା ମ୍ୟାଡମକୁ ଦେଇଥଲେ ବୋଲି କହିଛନ୍ତି ।
Powered by Froala Editor