ଦେଶରେ ୧୬୮୫ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ କାବୁରେ ରହିଛି ମହାମାରୀ । ଦୁଇ ଦିନର ବୃଦ୍ଧି ପରେ ଆଜି ପୁଣି କମିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୬୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆଜି ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦିନକରେ ପୁଣି ୮୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୪୯୯ ଜଣ ସୁସ୍ଥ ହୋଇଛନ୍ତି ।
ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ୨୧,୫୩୦ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ୦.୨୪%କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ ୪,୨୪,୭୮,୦୮୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୧୬,୭୫୫ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ଏବେସୁଦ୍ଧା ସମୁଦାୟ ୧,୮୨,୫୫,୭୫,୧୨୬ କୋଟି ଡୋଜ୍ ଟୀକାକରଣ କରାଯାଇଛି । ସେଥିମଧ୍ୟରୁ ଦେଶବ୍ୟାପୀ ୮୮ ଲକ୍ଷ ୧୨ ରୁ ୧୪ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦିଆଯାଇଛି ।
Powered by Froala Editor