ସାମାନ୍ୟ ଖସିଲା ତାତି, ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି । ୪ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲେ ବି ଅନ୍ୟ ଜିଲ୍ଲାମାନଙ୍କରେ ତାପମାତ୍ରା ହ୍ରାସ ପାଇଛି । ବଲାଙ୍ଗିରରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣାରେ ୪୦.୧, ଟିଟିଲାଗଡ଼ରେ ୪୦ ଓ ବୌଦ୍ଧରେ ପାରଦ ୪୦.୮ ଡିଗ୍ରୀ ଉପରେ ରହିଛି । ହେଲେ ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୭, କଟକରେ ୩୭, ପାରାଦୀପରେ ୩୨.୫, ଭୁବନେଶ୍ବରରେ ୩୯.୬, ଗୋପାଳପୁରରେ ୩୨.୭, ପୁରୀରେ ୩୪, ଅନୁଗୁଳରେ ୩୯.୩, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୯.୮, କେନ୍ଦୁଝରରେ ୩୬, ସମ୍ବଲପୁରରେ ୩୮.୯, ହୀରାକୁଦରେ ୩୮.୧, ସୁନ୍ଦରଗଡ଼ରେ ୩୮, ତାଳଚେରରେ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ତାପମାତ୍ରା ୩୩.୫ ଡିଗ୍ରୀ ଥିବା ବେଳେ, ଫୁଲବାଣୀରେ ୩୭.୪, ମାଲକାନଗିରିରେ ୩୮.୫, ସୋନପୁରରେ ୩୮.୩, ଦାରିଙ୍ଗବାଡିରେ ୩୩.୫, ନୟାଗଡ଼ରେ ୩୯, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଏହା ବାଦ୍ ୨୪ ଘଣ୍ଟାରେ ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲ୍ଲାରେ ଘଡଘଡି ସହିତ ବଜ୍ରପାତର ବି ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ ନୟାଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବି ହୋଇପାରେ ବୋଲି ଅନୁମାନ କରାଯାଉଛି ।
Powered by Froala Editor