ଦୁଇ ବର୍ଷ ପରେ ହଟିବ କୋଭିଡ୍ ନିୟମ, କିନ୍ତୁ ମାସ୍କ ବାଧ୍ୟତାମୂଳକ

ଦୁଇ ବର୍ଷ ପରେ ମହାମାରୀ କଟକଣା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।ସଂକ୍ରମିତଙ୍କ ସଂଖ୍ୟା, ଦୈନିକ ସଂକ୍ରମଣ ହାର କମିବାରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି। ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନି ଗୃହ ମନ୍ତ୍ରାଳୟ। କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି।
ଚିଠିରେ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଉଲ୍ଲେଖ କରିଛନ୍ତି, ଗତ ୨୪ ମାସରେ ମହାମାରୀ ପାଇଁ ବିିଭିନ୍ନ ବ୍ୟବସ୍ଥା ଓ କ୍ଷମତାକୁ ବୃଦ୍ଧି କରାଯାଇଛି। ଏଥିରେ ନମୁନା ପରୀକ୍ଷା, ନଜର ରଖିବା , କଣ୍ଟାକ୍ଟ ଟ୍ରେସିଂ, ଚିିିକିତ୍ସା, ଟିକାକରଣ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଉନ୍ନତି କରାଯାଇଛି। ଲୋକଙ୍କୁ ସଚେତନ କରାଯାଇଛି। ସେହି ଅନୁଯାୟୀ କୋଭିଡ୍ ସଂକ୍ରାନ୍ତୀୟ ସବୁ କଟଣାକୁ ହଟାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି।
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୩୧ ପରେ ଦେଶରେ କୋଭିଡ୍ ନିରାପତ୍ତା ପାଇଁ ମାର୍ଚ୍ଚ ୩୧ ପରେ ଆଉ ବିପର୍ଯ୍ୟୟ ପରିଚାଳନା ଆକ୍ଟ ଲାଗୁ ହେବ ନାହିଁ। କିନ୍ତୁ ସର୍ବସାଧାରଣରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଅନିର୍ବାଯ୍ୟ ବୋଲି କୁହାଯାଇଛି। ସେହିପରି କୋଭିଡ ସଂକ୍ରାନ୍ତ ନେଇ ଆଉ ବିପର୍ଯ୍ୟୟ ପରିଚାଳନା ଆକ୍ଟ ମଧ୍ୟ ଲାଗୁ ହେବ ନାହିଁ। ଏହି ଆଇନ୍ର ଅବଧି ଆସନ୍ତା ମାର୍ଚ୍ଚ ୩୧ରେ ସରିବ।
Powered by Froala Editor