ହିରୋ ମୋଟୋକର୍ପ ଚେୟାରମ୍ୟୋନଙ୍କ ଘରେ ଆୟକର ଚଢଉ, ସେୟାର ମାର୍କେଟରେ ଷ୍ଟକ୍ ୨%କୁ ଖସିଲା
ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମଡି ପୱନ ମୁଞ୍ଜାଲଙ୍କ ଘର ଓ କାର୍ଯ୍ୟାଳୟ ଉପରେ ବୁଧବାର ଆୟକର ଚଢଉ ହୋଇଛି। ମୁଞ୍ଜାଲ ତାଙ୍କ ଆକାଉଣ୍ଟରୁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିଥିବା ନେଇ ଅଭିଯୋଗ ହୋଇଛି। ମୁଞ୍ଜାଲଙ୍କ ସମେତ କମ୍ପାନୀର ଅନ୍ୟ ବଡ ଅଧିକାରୀଙ୍କ ଠିକଣାରେ ମଧ୍ୟ ଆୟକର ଚଢଉ ଚାଲିଥିବା ଜଣାପଡିଛି।
ତେବେ ଆଇଟି ବିଭାଗ ଚଢ଼ାଉ ନେଇ ହିରୋ ମୋଟୋକର୍ପ କିମ୍ବା ଆଇଟି ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପଟେ ଏହି ଖବର ସାମ୍ନାକୁ ଆସିବା ମାତ୍ରେ ହିରୋ ମୋଟୋକର୍ପର ସେୟାର ହ୍ରାସ ପାଇବାରେ ଲାଗିଛି। ଏହାପୂର୍ବରୁ ହିରୋ ମୋଟୋକର୍ପର ଷ୍ଟକ୍ ବିଏସ୍ଇ ଲାଭରେ କାରବାର କରୁଥିଲା। ସକାଳ ସାଢ଼େ ୧୦ଟା ସୁଦ୍ଧା ହିରୋ ମୋଟୋକର୍ପର ଷ୍ଟକ ୨ପ୍ରତିଶତକୁ ଖସି ଆସିଥିବା ଜଣାପଡ଼ିଛି।
ପବନ ମୁଞ୍ଜାଲଙ୍କ ଏହି କମ୍ପାନୀ କେବଳ ଭାରତ ନୁହେଁ ବିଶ୍ୱର ୪୦ ଦେଶରେ କାରବାର କରୁଛି। କେବଳ ଭାରତର ଦୁଇ ଚକିଆ ବାହନ ବଜାରରେ ହିରୋର ଅଂଶିଦାରୀ ପ୍ରାୟ ୫୦ ପ୍ରତିଶତରୁ ମଧ୍ୟ ଅଧିକ। ଏହା ଛଡା ହିରୋ ମୋଟୋକର୍ପଙ୍କ ଉତ୍ପାଦିତ ବିଭିନ୍ନ ମଡେଲର ବାଇକ୍ ଏସିୟା ସମେତ ଆଫ୍ରିକା, ଦକ୍ଷିଣ ଆମେରିକା ଓ ମଧ୍ୟ ଆମେରିକାରେ ମଧ୍ୟ ବିକ୍ରି ହୋଇଥାଏ।
Powered by Froala Editor