ସଂସଦରେ ଗଡ଼କରୀଙ୍କ ବଡ଼ ଘୋଷଣା, ଅନେକ ଟୋଲ ପ୍ଲାଜା ହଟିବ

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ସଂସଦରେ ବଡ଼ ଘୋଷଣା କରିଛନ୍ତି । ଅନେକ ଟୋଲ ପ୍ଳାଜା ହଟିଯିବ ବୋଲି ସେ କହିଛନ୍ତି । କେତେକ ସ୍ଥାନରେ ୧୦/୨୦ କିଲୋମିଟର ମଧ୍ୟରେ ଟୋଲ ରହୁଥିବା ଦେଖିବାକୁ ମିଳିଛି । ଯାହାକି ବେଆଇନ । ଏବେ ୬୦ କିଲୋମିଟର ଭିତରେ ଗୋଟିଏ ଟୋଲ ପ୍ଲାଜା ରହିବ । ଫଳରେ ଅଳ୍ପ ବ୍ୟବଧାନରେ ରହିଥିବା ଟୋଲ ପ୍ଲାଜାଗୁଡ଼ିକ ହଟାଇ ଦିଆଯିବ । ଜିପିଏସ ମାଧ୍ୟମରେ ଟୋଲଗୁଡ଼ିକରେ ଟଙ୍କା କଟିବାର ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ଗଡ଼କରୀ କହିଛନ୍ତି ।
ଏଣିକି ଶସ୍ତା ହେବ ହାଇୱେ ଯାତ୍ରା । ଟୋଲ ଫି’କୁ ନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ କହିଛନ୍ତି ଯେ ଏବେ ୬୦ କିଲୋମିଟର ମଧ୍ୟରେ ମାତ୍ର ଗୋଟିଏ ଟୋଲ ପ୍ଲାଜା ରହିବ । ଏହାପରେ ସମସ୍ତ ଟୋଲ ପ୍ଲାଜାକୁ ହଟାଇ ଦିଆଯିବ । ଜିପିଏସ୍ ମାଧ୍ୟମରେ ଟୋଲ ଫି’ ସଂଗ୍ରହ କରାଯିବ । ହାଇୱେ ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କ ପାଇଁ ପାସ୍ ର ବ୍ୟବସ୍ଥା ରହିବ ।
ସେ କହିଛନ୍ତି, ଆଗାମୀ ଦିନରେ ଜିପିଏସ୍ ମାଧ୍ୟମରେ ଟୋଲ୍ ସଂଗ୍ରହ କରାଯିବ । ତଥାପି ଏହାର ଅର୍ଥ ନୁହେଁ ଯେ, ଟୋଲ୍ ଶେଷ ହେବ । ଜିପିଏସ୍ ମାଧ୍ୟମରେ ଆପଣ ଜାଣି ପାରିବେ ଯେ, ଆପଣ କେଉଁଠାରୁ ନିଜ ଗାଡି ହାଇୱେରେ ପ୍ରବେଶ କରିଛନ୍ତି, ଏହି ଆଧାରରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ । ଅସୁଥିବା ନୂଆ ଗାଡି ଗୁଡିକରେ ଜିପିଏସ୍ ସିଷ୍ଟମ ବାଧ୍ୟତାମୂଳକ କରାଯାଇଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଲୋକଙ୍କୁ ଅଧିକାଂଶ ସ୍ଥାନରେ ପ୍ରାୟ ୧୦କିଲୋମିଟର ଭିତରେ ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି, ଯାହା ଭୁଲ ଓ ବେଆଇନ୍ । ଏବେ ଏହା ୬୦ କିଲୋମିଟର ମଧ୍ୟରେ ରହିବ ଓ ଗୋଟିଏ ମାତ୍ର ଟୋଲ ପ୍ଲାଜାରେ ଲୋକେ ଟୋଲ ଟ୍ୟାକ୍ସ ଦେବେ । ଏହି କାମ ଆଗାମୀ ୩ମାସ ମଧ୍ୟରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Powered by Froala Editor