ଦେଶରେ ୧୭୭୮ ସଂକ୍ରମିତ, ୬୨ ମୃତ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ମହାମାରୀ । ଦୈନିକ ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସବୃଦ୍ଧି ଲାଗି ରହିଛି । ପୂର୍ବଦିନ ଅପେକ୍ଷା ଆଜି ଅଧିକ ପଜିଟିଭ ମାମଲା ପ୍ରକାଶ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୭୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ପୁଣି ମୃତ୍ୟୁସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୨,୫୪୨ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ୨୩,୦୮୭ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ଦେଶର ଦୈନିକ ପଜିଟିଭ୍ ରେଟ୍ ମଧ୍ୟ ହ୍ରାସ ପାଇ ଏବେ ୦.୨୬%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ ୪,୨୪,୭୩,୦୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ ୧,୮୧,୮୯,୧୫,୨୩୪ କୋଟି ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor