ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ
![ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ](https://odishanewslens.com/news_gallery/11850_1647962373.jpg)
ରାଜଧାନୀ ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି । ପ୍ରଦୂଷଣ ମାମଲାରେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ବିବେଚିତ ହୋଇଛି । ବାଂଲାଦେଶର ରାଜଧାନୀ ଢାକା ଦ୍ୱିତୀୟ ସ୍ଥାନରେ ରହିଛି । ଆଫ୍ରିକୀୟ ଦେଶ ଚାଡର ରାଜଧାନୀ ନଜାମିନା ତୃତୀୟ ଏବଂ ତଜାକିସ୍ତାନର ରାଜଧାନୀ ଦୁଶାଂୱେ ଚତୁର୍ଥ ଏବଂ ଓମାର ରାଜଧାନୀ ମକ୍ସଟ ପଞ୍ଚମ ସ୍ଥାନରେ ରହିଛି।
ୱିସ୍ ଫାର୍ମ ଆଇକ୍ୟୁଏୟାର (IQAir) ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ବାୟୁ ପ୍ରଦୂଷଣ ଅଧିକ ହୋଇଛି । ୨୦୨୧ରେ ମଧ୍ୟ ଏବଂ କେନ୍ଦ୍ରୀୟ ଏସିଆର ୧୫ ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରୁ ୧୨ ସହର ଭାରତର ଥିଲା । ବର୍ତ୍ତମାନ ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ନୂଆଦିଲ୍ଲୀରେ ୨୦୨୧ ରେ ପିଏମ୨.୫(ପାର୍ଟିକୁଲେଟ ମ୍ୟାଟର) ରେ ୧୪.୬% ବୃଦ୍ଧି ଘଟି ୨୦୨୦ ତୁଳନାରେ ୯୬.୪ μg / m3 କୁ ବୃଦ୍ଧି ପାଇଛି ।
ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ପିଏମ ୨.୫ର ଭୂମିକା ସବୁଠୁ ଅଧିକ ଧାରଯାଏ। ବାୟୁରେ ଏହାର ମାତ୍ରା ଅଧିକ ହେବା ଯୋଗୁଁ ଆସ୍ଥମା, ଷ୍ଟ୍ରୋକ୍, ହୃତପିଣ୍ଡ ଏବଂ ଫୁସଫୁସ ସହ ଜଡିତ ରୋଗ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପିଏମ ୨.୫ ଯୋଗୁଁ ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ।
Powered by Froala Editor