ସର୍ବବୃହତ ରାମାୟଣ ମନ୍ଦିର ପାଇଁ ଜମି ଦାନ କଲେ ମୁସଲିମ ପରିବାର

ବିଶ୍ୱର ସର୍ବବୃହତ ରାମାୟଣ ମନ୍ଦିର ପୂର୍ବ ଚମ୍ପାରଣର କେଠବାଲିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ଏକ ମୁସଲମାନ ପରିବାର ୨.୫ କୋଟି ଟଙ୍କା ମୂଲ୍ୟର ଜମି ଦାନ କରିଛନ୍ତି। ପାଟଣାର ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଶିତୟାକ ଅହମ୍ମଦ ଖାନ ଏହି ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୂର୍ବ ଚମ୍ପାରଣର ବାସିନ୍ଦା ଥିବା ବେଳେ ଗୋହାଟୀରେ ତାଙ୍କର ବ୍ୟବସାୟ ଅଛନ୍ତି। ଇଶିତୟାକ ଖାନଙ୍କ ପରିବାର ଦ୍ୱାରା ଏହି ଜମି ଦାନ ସାମାଜିକ ସମନ୍ୱୟ ଏବଂ ଭାଇଚାରାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।
ଇଶିତୟାକ ନିକଟରେ ମନ୍ଦିରକୁ ଜମିଦାନ କରିବାକୁ ଥିବା ସମସ୍ତ ନିୟମ ପୂରା କରିଛନ୍ତି। ପୂର୍ବତନ ଆଇପିଏସ୍ ଅଧିକାରୀ କୁନାଲ କହିଛନ୍ତି ଯେ ପୂର୍ବ ଚମ୍ପାରଣର ସବ-ଡିଭିଜନ କେଶରିଆର ରେଜିଷ୍ଟ୍ରାର ଅଫିସରେ ଏସବୁ କାମ ସମାପ୍ତ କରାଯାଇଛି।
Powered by Froala Editor