ଭାରତ ସହ ସୀମା ବିବାଦକୁ ତୀବ୍ର କରିଛି ଚାଇନା, ପ୍ରତିଷ୍ଠା କଲା ୬୨୪ ଗାଁ
ନୂଆଦିଲ୍ଲୀ : ଭାରତ ସହ ସୀମା ବିବାଦକୁ ତୀବ୍ର କରିଛି ଚାଇନା । ଭାରତ ସମୀାରେ ଚାଇନା ୬୨୪ଟି ଗାଁ ପ୍ରତିଷ୍ଠା କରିଛି । ଯେଉଁଠି ବିଜୁଳି, ପାଣି, ଇଂଟରନେଟ, ଭଲ ସଡ଼କ ସହ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଭାରତର ବିବାଦୀୟ ସୀମାରେ ଚାଇନା ଗାଁ ବସାଇଛି ।
୨୦୧୭ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏହି ଗ୍ରାମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଚାଇନାର ସରକାରୀ ୱେବସାଇଟରେ ଏହି ଗ୍ରାମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଭାରତ ନିର୍ବାଚନ ଓ ଘରୋଇ ରାଜନୀତିରେ ବ୍ୟସ୍ତଥିବାବେଳେ ଚାଇନା ଏଭଳି କାର୍ଯ୍ୟ କରିଛି ।
ଚାଇନା ଏହି ନୂଆ ଗ୍ରାମରେ ହସପିଟାଲ ସହ ଚାଷବାସର ବି ସୁବିଧା କରିଛି । ଏଠାରୁ ଉତ୍ପାଦିତ ସାମଗ୍ରୀ କିଭଳି ଚାଇନା ବଜାରକୁ ଯିବ ତାହାର ବି ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ଏଠାରେ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଇଛି ।
ସେହିପରି ଏହି ସୀମାରେ ରହିବା ପାଇଁ ଚାଇନା ଲୋକମାନଙ୍କୁ ଲାଂଚ ବି ଦେଇଛି । ଟଙ୍କାର ପ୍ରଲୋଭନ ଦେଖାଇ ସେଠାରେ ବସବାସ କରିବାକୁ ଚାଇନା ଲୋକଙ୍କୁ କୁହାଯାଉଛି । ପୂର୍ବରୁ ଅରୁଣାଚଳ ପ୍ରଦେଶ ସୀମାରେ ବି ଚାଇନା ଗ୍ରାମ କରିଥିବା ଜଣାପଡ଼ିଥିଲା ।
Powered by Froala Editor