ରାଜନୈତିକ ମଇଦାନକୁ ଓହ୍ଲାଇଲେ ହରଭଜନ, ଜାଣନ୍ତୁ କେଉଁ ଦଳରେ ଯୋଗଦେଲେ
![ରାଜନୈତିକ ମଇଦାନକୁ ଓହ୍ଲାଇଲେ ହରଭଜନ, ଜାଣନ୍ତୁ କେଉଁ ଦଳରେ ଯୋଗଦେଲେ](https://odishanewslens.com/news_gallery/11805_1647845644.jpg)
ନୂଆଦିଲ୍ଲୀ : କ୍ରିକେଟ ମଇଦାନରେ ବୋଲିଂ ଯାଦୁରେ ପ୍ରତିପକ୍ଷଙ୍କୁ ମାତ ଦେଉଥିବା ହରଭଜନ ସିଂ ଏବେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ପଞ୍ଜାବରେ ନବଜୋତ ସିଂ ସିଦ୍ଧୁ କ୍ରିକେଟରୁ ଯାଇ ରାଜନୀତିରେ ସଫଳ ହୋଇଥିବାବେଳେ ଏବେ ହରଭଜନ ରାଜନୀତିରେ ସଫଳ ହେବାକୁ ଆଶା ରଖିଛନ୍ତି ।
ହରଭଜନଙ୍କୁ ରାଜନୀତିକୁ ଆଣିଛି ଆମ ଆଦମୀ ପାର୍ଟି । ଆଗାମୀ ରାଜ୍ୟସଭା ନିର୍ବାଚନରେ ହରଭଜନ ସିଂ ପଞ୍ଜାବରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ଆପ ପକ୍ଷରୁ ଦିଲ୍ଲୀ ବିଧାୟକ ରାଘବ ଚଢ଼ା, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ ଓ ଲଭଲି ପ୍ରଫେସନାଲ ୟୂନିଭର୍ସିଟିର ଚାନ୍ସଲର ଅଶୋକ ମିତଲଙ୍କୁ ବି ଦଳ ପ୍ରାର୍ଥୀ କରିଛି ।
ସନ୍ଦୀପ ପାଠକ ଆପର ବ୍ୟାକରୁମ କାର୍ଯ୍ୟ ସମ୍ଭାଳି ଆସୁଥିଲେ । ପଞ୍ଜାବରେ ଦଳର ଜିତ ପଛରେ ତାଙ୍କର ବି ଭୂମିକା ରହିଛି । ସନ୍ଦୀପ ପାଠକଙ୍କୁ ଏଥିପାଇଁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଧନ୍ୟବାଦ ବି ଜଣାଇଥିଲେ । ଜଣେ ରାଜନୀତିକ ରଣନୀତିକାର ଭାବେ ସନ୍ଦୀପଙ୍କୁ ଦଳ ପୁରସ୍କୃତ କରିଛି ।
Powered by Froala Editor