ହିଜାବକୁ ନେଇ କର୍ଣ୍ଣାଟକ ସରକାରଙ୍କ ଚମକାଇବ। ନିଷ୍ପତି

ବେଙ୍ଗାଲୁର : ହିଜାବକୁ ନେଇ କର୍ଣ୍ଣାଟକ ସରକାର ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । ଏହି ବିବାଦ ଥମିବାର ନାଁ ନେଉନଥିବାବେଳେ କର୍ଣ୍ଣାଟକ ସରକାର ଆଉ ଏକ କଡ଼ା ନିଷ୍ପତି ନେଇ ଚମକାଇ ଦେଇଛନ୍ତି । ହିଜାବ ବିବାଦକୁ ନେଇ କେତେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ଜଣାପଡ଼ିଛି । ତେବେ ସେମାନେ ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ପାଇବେ ନାହିଁ ବୋଲି କର୍ଣ୍ଣାଟକ ସରକାର ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟଯେ, ଫେବୃଆରୀ ଓ ମାର୍ଚ୍ଚରେ କର୍ଣ୍ଣାଟକର ବିଭିନ୍ନ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥିଲା । କିନ୍ତୁ କେତେକ ଛାତ୍ରଛାତ୍ରୀ ହିଜାବ ବିବାଦକୁ ନେଇ ପରୀକ୍ଷା ଦେଇନଥିଲେ । ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ ବୋଲି ସରକାର ସଂକେତ ଦେଇଥିଲେ । କିନ୍ତୁ ଏବେ ପରୀକ୍ଷା ଦିଆଯାଇପାରିବ ନାହିଁ ବୋଲି କର୍ଣ୍ଣାଟକ ସରକାର ସ୍ପଷ୍ଟ କରିଛନ୍ତି । ଫଳରେ ସେହି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।
ବାର୍ଷିକ ପରୀକ୍ଷା ପାଇଁ ୩୦ ମାର୍କ ପ୍ରାକ୍ଟିକାଲ ଓ ୭୦ ମାର୍କ ଲିଖିତ ଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀମାନେ ଏବେ ଅକଳରେ ପଡ଼ି ଯାଇଛନ୍ତି । ଅପ୍ରେଲ ୨୨ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି । ଆଇନ ମନ୍ତ୍ରୀ ଜେସି ମଧୁସ୍ୱାମୀ ଏନେଇ କହିଛନ୍ତିଯେ, କେହିବି ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିପାରିବେ ନାହିଁ । ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ନଦେବା ନିଷ୍ପତି ଆଦୌ ବଦଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
Powered by Froala Editor