ଭାରତରେ କେମିତି ରହିବ ଚତୁର୍ଥ ଲହରର ସ୍ଥିତି? ଜାଣନ୍ତୁ
ନୂଆଦିଲ୍ଲୀ: ଚାଇନାରେ ବିଗୁଡୁଛି ସ୍ଥିତି । ଓମିକ୍ରନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଲକ୍ଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଅନ୍ୟ କେତେକ ଦେଶରେ ମଧ୍ୟ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ୟୁରୋପରେ ପ୍ରତିଦିନ ଲକ୍ଷଲକ୍ଷ ମାମଲା ଚିହ୍ନଟ ହେଉଛି । ଏହାସହ ହଂକଂରେ ମଧ୍ୟ ଲକ୍ଷଲକ୍ଷ ମାମଲା ଆସୁଛି । ସେହିପରି ଦକ୍ଷିଣ କୋରିଆରେ ମଧ୍ୟ ୪-୫ଲକ୍ଷ ମାମଲା ଚିହ୍ନଟ ହୋଇଛି ।
ଏପରିସ୍ଥଳରେ ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତରେ କରୋନା ମହାମାରୀର ଚତୁର୍ଥ ଲହର ଆସିଲେ ମଧ୍ୟ କୌଣସି ଗରୁତର ପ୍ରଭାବ ପଡିବ ନାହିଁ । ଏହାସହ ସରକାର ମାସ୍କର ଆବଶ୍ୟକତାରୁ ମୁକ୍ତି ଦେବା ଉପରେ ମଧ୍ୟ ବିଚାର କରିବା ଉଚିତ୍ ବୋଲି ସେମାନେ ମତ ଦେଇଛନ୍ତି । ପ୍ରାକୃତିକ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଏବଂ ବ୍ୟାପକ ଟିକାକରଣ ଯୋଗୁ ଭାରତରେ ସ୍ଥିତି ଭଲ ରହିଛି । ଏମ୍ସର ସିନିୟର ଏପିଡୋମିଲୋଜିଷ୍ଟ ସଞ୍ଜୟ ରାୟ କହିଛନ୍ତି ଯେ, କରୋନା ଭାଇରସର ବହୁ ପରିବର୍ତ୍ତନ ହୋଇଛି ।
ଭାରତରେ କରୋନା ମହାମାରୀର ଦ୍ୱତୀୟ ଲହର ଏତେ ଦ୍ରୁତ ଗତିରେ ଆସିଲା ଯେ, ସୁସ୍ଥ ହେବାର କୌଣସି ସୁଯୋଗ ନଥିଲା । କିନ୍ତୁ ବର୍ତ୍ତମାନ ଭାରତର ଲୋକମାନେ କରୋନା ଜୀବାଣୁ ମୁକାବିଲା ପାଇଁ ସ୍ୱାଭାବିକ ଭାବେ ପ୍ରସ୍ତୁତ ଅଛନ୍ତି । ଏହାବ୍ୟତୀତ ସମଗ୍ର ଦେଶରେ ବ୍ୟାପକ ଟିକାକରଣ ବି ହୋଇଛି ।
Powered by Froala Editor