ବାତ୍ୟା ‘ ପୂର୍ବରୁ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ: ବାତ୍ୟା ‘ଅସାନି’ ଧୀରେଧୀରେ ଉପକୂଳବର୍ତ୍ତୀ ଅଂଚଳ ଆଡକୁ ମୁହାଁଉଛି । ଗତକାଲି ଏହା ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ପହଞ୍ଚିଥିଲା । ଆଜି ସକାଳେ ଏଠାରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ଗତକାଲି ଠାରୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଚଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।
ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସତର୍କ ସୂଚନା ଜାରି କରାଯାଇଛି ଏବଂ ଏନଡିଆରଏଫ ଦଳଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ମସô୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଜାହାଜ ସେବାକୁ ମଧ୍ୟ ବନ୍ଦ କରାଯାଇଛି ଓ ୬ଟି ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ପାଣିପାଗ ବିଭାଗ କହିଛି ଯେ, ସାଇକ୍ଲୋନିକ୍ ଝଡ ‘ଅସାନି’ ବାଂଲାଦେଶ ଏବଂ ମିଆଁମାର ଉପକୂଳ ଆଡକୁ ଯାଇପାରେ ।
Powered by Froala Editor