ଦେଶରେ ୧,୫୪୯ ପଜିଟିଭ, ୩୧ ମୃତ
![ଦେଶରେ ୧,୫୪୯ ପଜିଟିଭ, ୩୧ ମୃତ](https://odishanewslens.com/news_gallery/11793_1647841679.jpeg)
ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହୋଇଛି ତୃତୀୟ ଲହର । କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ତିନି ଲକ୍ଷ ପାର୍ କରୁଥିବା ସଂକ୍ରମଣ ମାମଲା ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୫୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଏତେମାତ୍ରାରେ କମିଥିଲେ ହେଁ ମୃତ୍ୟୁସଂଖ୍ୟା କମୁହାହିଁ । ଆଜି ଦିନକରେ ଦେଶରେ ପୁଣି ୩୧ ସଂକ୍ରମିତଙ୍କ ମୁଣ୍ଡ ନେଇଛି କିଲର୍ କୋରୋନା ।
ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ ୨୫ ହଜାର ୧୦୬ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏବେସୁଦ୍ଧା କୋଟି ଡୋଜ୍ ଟୀକାକରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧, ୮୧, ୨୪, ୯୭, ୩୦୩ଜଣଙ୍କୁ ଟୀକାକରଣ ଶେଷ ହୋଇଛି ।
Powered by Froala Editor