ମ୍ୟାଚ୍ ବେଳେ ମାଟିରେ ମିଶିଲା ଗ୍ୟାଲେରୀ : ୨୦୦ ଆହତ, ୧୫ ଗୁରୁତର
![ମ୍ୟାଚ୍ ବେଳେ ମାଟିରେ ମିଶିଲା ଗ୍ୟାଲେରୀ : ୨୦୦ ଆହତ, ୧୫ ଗୁରୁତର](https://odishanewslens.com/news_gallery/11775_1647783294.jpg)
ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ କେରଳର ମାଲ୍ଲାପୁରମ୍ ରେ ଭୁଶୁଡ଼ି ପଡ଼ିଛି ଷ୍ଟାଡିୟମ ଗ୍ୟାଲେରୀ। ଏଥିରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି।
ଶନିବାର ରାତିରେ ଏହି ଘଟଣା ଘଟିଛି। ଚାହୁଁ ଚାହୁଁ ହଠାତ୍ ପୁଙ୍ଗଡୁ ଫୁଟବଲ ଗ୍ରାଉଣ୍ଡର ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା। ଏପରିକି ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ ଟାୱାର ମଧ୍ୟ ଭାଙ୍ଗି ପଡ଼ିଥିଲା। ଏହା ସିଧା ଲୋକଙ୍କ ଉପରେ ଭାଙ୍ଗିପଡ଼ିଥିଲା। ଫଳରେ ଶତାଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ପୁଲିସର ସୂଚନା ଅନୁସାରେ ମାତ୍ର ୪ହଜାର ଲୋକଙ୍କୁ ଧାରଣ କରିବା ଭଳି ଗ୍ୟାଲେରୀ ତିଆରି ହୋଇଥିଲା। ହେଲେ ୫୦୦୦ରୁ ଅଧିକ ଲୋକ ଗ୍ୟାଲେରୀ ଉପରେ ଚଢ଼ିଯିବାରୁ ତାହା ଭୁଶୁଡ଼ି ପଡ଼ିଥିଲା।
ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ୟାଲେରୀଟି ପୂରା ଦର୍ଶକରେ ଭର୍ତ୍ତି ହୋଇଯାଇଥିଲେ ବି ଲୋକଙ୍କୁ ଆୟୋଜକମାନେ ଅଟକାଇ ନଥିଲେ। ଏଥିଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି।
Powered by Froala Editor