ଭାରତ ଆସିବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଏପ୍ରିଲ ଆରମ୍ଭରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ ଭାରତ ଗସ୍ତ କରିବେ । ସୂଚନା ଅନୁଯାୟୀ, ଇସ୍ରାଏଲ୍ ଏବଂ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନ ହେବାର ୩୦ତମ ବାର୍ଷିକୀ ପାଳନ କରିବା ନିମନ୍ତେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ଜଣାପଡ଼ିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨ ଏପ୍ରିଲ ୨୦୨୨ରେ ଶନିବାର ଦିନ ଭାରତ ଗସ୍ତ କରିବେ ନାଫଟାଲି ବେନେଟ ।
ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ କରିବ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗକୁ ଆଗକୁ ବଢାଇବା ଏବଂ ଦୃଢ କରିବା। ଏହାସହ ଦ୍ୱିପାକ୍ଷିକ ସମ୍ପର୍କ ବିସ୍ତାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ଉଭୟ ଦେଶର ପ୍ରଧାନମନ୍ତ୍ରୀମାନେ ଅର୍ଥନୀତି, ଅନୁସନ୍ଧାନ, ବିକାଶ, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିବେ।
Powered by Froala Editor