୨୫ରେ ଯୋଗୀ ନେବେ ଶପଥ

ଉତ୍ତର ପ୍ରଦେଶ ଆସନ୍ତା ମାର୍ଚ୍ଚ ୨୫ରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜଧାନୀ ଲଖନଉସ୍ଥିତ ଇକାନା ଷ୍ଟାଡ଼ିୟମରେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ ।
ଏଥି ସହିତ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ଯୋଗଦେବେ । ଉତ୍ତର ପ୍ରଦେଶର ପର୍ୟ୍ୟବେକ୍ଷକ କରାଯାଇଥିବା ଗୃହମନ୍ତ୍ରୀ ଅମିତ ଶାହ ଓ ସହପର୍ୟ୍ୟବେକ୍ଷକ ରଘୁବର ଦାସ ମାର୍ଚ୍ଚ ୨୧ରେ ଲଖନଉ ଗସ୍ତ କରିପାରନ୍ତି । ଏହି ୨ ନେତା ଆସିବା ପରେ ବିଜେପି ବିଧାୟକ ଦଳର ବୈଠକ ହେବ, ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇପାରେ । ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଏହି ପ୍ରସ୍ତାବିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପରେ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ ।
ସୂତ୍ର ଅନୁସାରେ କିଛି ମନ୍ତ୍ରୀଙ୍କୁ ନୂତନ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇପାରେ । ଅପରପକ୍ଷେ ନବାଗତଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ପୂର୍ବତନ ଆଇପିଏସ ଅଧିକାରୀ ଅସୀମ ଅରୁଣ, ରାଜେଶ୍ୱର ସିଂହ, ଏକେ ଶର୍ମା, ବେବିରାନୀ ମୌର୍ୟ୍ୟ, ଅଂଜୁଲା ମାହୋର, ପ୍ରତିଭା ଶୁକ୍ଲାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ।
Powered by Froala Editor