ପ୍ରଥମ ପେପରଲେସ ବିଧାନସଭା ନାଗାଲାଣ୍ଡ
କୋହିମା: ଦେଶର ପ୍ରଥମ ପେପରଲେସ ବିଧାନସଭା ଭାବେ ଇତିହାସ ସୃଷ୍ଟି କରିଛି ନାଗାଲାଣ୍ଡ। ଗତ ଶନିବାର ନାଗାଲାଣ୍ଡ ବିଧାନଭାକୁ ସମୂର୍ଣ୍ଣ ପେପରଲେସ କରାଯାଇଛି। ଏଠାରେ ରାଷ୍ଟ୍ରୀୟ ଇ-ବିଧାନ ପ୍ରକ୍ରିୟାକୁ ଲାଗୁ କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ କରି ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, National e-Vidhan ଯୋଜନା ଅଧୀନରେ ନାଗାଲାଣ୍ଡ ବିଧାନସଭା ସମ୍ପୂର୍ଣ୍ଣ ରୂପେ ପେପରଲେସ ହୋଇଛି। ଯାହାକି ଦେଶର ପ୍ରଥମ ଡିଜିଟାଲ ବିଧାନସଭା ପାଲଟିଛି। ନାଗାଲାଣ୍ଡ ବିଧାନସଭା ସଚିବାଳୟରେ ଚାଲିଥିବା ବଜେଟ୍ ଅଧିବେଶନ ମଧ୍ୟରେ ୬୦ ସଦସ୍ୟ ବିଶିଷ୍ଟ ପ୍ରତ୍ୟେକ ଟେବୁଲରେ ଏକ ଟାବଲେଟ୍ ସଂଯୁକ୍ତ କରାଯାଇଛି। ଗୃହରେ ବିଧାନସଭା ଚାଲିବା ସମୟରେ ସଦସ୍ୟମାନେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିପାରିବେ।
Powered by Froala Editor