ବୁଲଡୋଜର ଲଗାଇ ଭାଙ୍ଗିଦେଲେ ରାମ ମନ୍ଦିର, ଅକଳରେ ଗେହଲଟ ସରକାର
ଜୟପୁର : ରାମ ମନ୍ଦିର ଫାଟକକୁ ବୁଲଡୋଜର ଲଗାଇ ଭାଙ୍ଗିଦେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରସଙ୍ଗରେ ରାଜସ୍ଥାନ ସରକାର ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିଜେପି ଘେରିଛି । ଟ୍ୱିଟର ଓ ଫେସବୁକରେ ଏହାର କଡ଼ା ନିନ୍ଦା କରାଯାଉଛି । ଯାହାକୁ ନେଇ ଏବେ ରାଜସ୍ଥାନ ରାଜନୀତି ସରଗରମ ହୋଇଯାଇଛି ।
ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜାନଗଡ଼ରେ ରହିଛି ରାମ ମନ୍ଦିର । ତେବେ ମନ୍ଦିରର ପ୍ରବେଶ ଦ୍ୱାରରେ ଥିବା ଫାଟକକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ବିଜେପି ପକ୍ଷରୁ କୁହାଯାଇଛିଯେ, ସରକାରଙ୍କ ଇସାରାରେ ପ୍ରଶାସନ ପକ୍ଷରୁ ରାମମନ୍ଦିରକୁ ଭାଙ୍ଗି ଦିଆଯାଇଛି । ଅନ୍ଧାରରେ ଲୁଚିଛପି ପିଏଡବ୍ଲୁ୍ୟଡ଼ି ବିଭଗା ପକ୍ଷରୁ ଜେସିବ ମେସିନ ଲଗାଇ ଗେଟ ଭଙ୍ଗା ଯାଇଛି । ଏମିତିକି ଗେଟ ଉପରେ ଥିବା ରାମଙ୍କ ମୂର୍ତିକୁ ବି ଭାଙ୍ଗି ଦିଆଯାଇଛି । କଂଗ୍ରେସ ସରକାରରେ ଭଗବାନ ବି ସୁରକ୍ଷିତ ନୁହଁନ୍ତି ବୋଲି ବିଜେପି ନେତାମାନେ ସମାଲୋଚନା କରିଛନ୍ତି ।
ଏହି ଭିଡ଼ିଓ ଭାଇରାଲ ହେବା ପରେ ରାଜସ୍ଥାନରେ ବିଜେପି କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସୁଜାନଗଡ଼ ଅଂଚଳରେ ରାସ୍ତା ରୋକ କରାଯାଇଛି । ହନୁମାନ ଚାଳିଶା ପାଠ କରି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯାଇଥିବାବେଳେ ପ୍ରଶାସନ ଅକଳରେ ପଡ଼ିଯାଇଛି ।
Powered by Froala Editor