୨୫ରେ ଶପଥ ନେବେ ଯୋଗୀ, ଆୟୋଜିତ ହେବ ଭବ୍ୟ ସମାରୋହ
ମାର୍ଚ୍ଚ ୨୫ରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମାର୍ଚ୍ଚ ୨୫ରେ ଲକ୍ଷ୍ନୌରେ ସହିଦ ପଦରେ ସ୍ଥିତ ଇକାନା ଷ୍ଟାଡିୟମରେ ଶପଥ ସମାରୋହ ଆୟୋଜିତ ହେବ। ଏହି ଶପଥ ଗ୍ରହଣ ସମାରୋହରେ ବିଜେପିର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରଣ କରାଯାଉଛି।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେତେକ ‘ବିଜେପି’ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାମାନଙ୍କ ସମେତ ଅନ୍ୟ କେତେକ ପ୍ରମୁଖ ରାଜନେତା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା, ‘ବିଜେପି’କୁ ପୁନର୍ବାର କ୍ଷମତାକୁ ଆଣିବା ଲାଗି ଗୁରୁଦାୟିତ୍ବ ତୁଲାଇଥିବା ‘ଲାଭାର୍ଥୀ’ ଭାବେ ପରିଚିତ କେତେକ ସରକାରୀ ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବକୁ ଅତିଥି ହୋଇ ଆସିବେ। ଶପଥ ଗ୍ରହଣ ସମାବେଶରେ ଯୋଗ ଦେଉଥିବା ପ୍ରାୟ ୨୦୦ଜଣ ‘ଭିଭିଆଇପି’ଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
Powered by Froala Editor