ଦେଶରେ ୨୫୨୮ ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ
ନୂଆଦିଲ୍ଲୀ: ଦେଶରେ କ୍ରମଶଃ କମୁଛି ସଂକ୍ରମଣ । ଗତ କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା ୩ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୨,୫୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ଆଜି କୋରୋନା ଜନିତ ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ଗତକାଲି(ଗୁରୁବାର) ମୃତକଙ୍କ ସଂଖ୍ୟା ୬୦ ଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୪୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ ହୋଇଛି । ସେହିପରି ଦିନକରେ ୩,୯୯୭ ଜଣ ସୁସ୍ଥ ହୋଇଛନ୍ତି ।
ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳକୁ ଖସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମାତ୍ର ୨୯,୧୮୧ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ ୦.୪୦% ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ ୪,୨୪,୫୮,୫୪୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୧୬,୨୮୧ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ ୧,୮୦,୯୭,୯୪,୫୮ କୋଟି ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor