ବଜେଟ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ । ବୈଠକ ପୂର୍ବାହ୍ନ ସାଢେ ୧୧ ଟାରେ ବସିବ । ବିଧାନସଭାର ବଜେଟ ଅଧିବେଶନ ପାଇଁ ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆହୁତ କରାଯାଇଥିଲା ।
ବଜେଟ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଶାସକ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳର ନେତା ବୈଠକରେ ଆଲୋଚନା କରିବେ । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୫ ରୁ ୩୧ ପର୍ୟ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମଦିନ ରାଜ୍ୟପାଳ ଗୃହରେ ନିଜ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଲଗାତାର ଦୁଇ ଦିନ ଧରି ୨୬ ଓ ୨୭ ଆଲୋଚନା ହେବ । ୩୦ରେ ବଜେଟ ଉପସ୍ଥାନ ହେବ । ୩୧ରେ ବଜେଟକୁ ଗୃହର ମଞ୍ଜୁରି ମିଳିବ ।
Powered by Froala Editor