ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ପରୀକ୍ଷା, ପ୍ରକାଶ ପାଇଲା ବିସ୍ତୃତ ପରୀକ୍ଷା ସୂଚୀ
ଆସନ୍ତା ଏପ୍ରିଲ ୨୯ତାରିଖରୁ ମେ ୭ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କେଉଁଦିନ କ’ଣ ପରୀକ୍ଷା ରହିଛି ସେ ନେଇ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିଛନ୍ତି ।
ଏପ୍ରିଲ୍ ୨୯ରେ ଦ୍ୱିତୀୟ ଭାଷା, ମେ ୨ ରେ ଗଣିତ ପରୀକ୍ଷା, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା, ମେ ୬ରେ ତୃତୀୟ ଭାଷା, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।
ସକାଳ ୮ଟାରୁ ୨ଘଣ୍ଟା ପାଇଁ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । କେବଳ ଗଣିତ ବିଷୟ ପାଇଁ ପରୀକ୍ଷା ୨ଘଣ୍ଟା ୧୫ମିନିଟର ହେବ ।
ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ଏଥିରେ ସଂକ୍ଷିପ୍ତ ଏବଂ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଚରାଯିବ । ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ଏବଂ ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ପରୀକ୍ଷାର୍ଥୀ ମିଳିଥିବା ବୁକ୍ଲେଟ୍ରେ ଦେବେ ।
ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହିତ ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିଛନ୍ତି ।
ମାଟ୍ରିକ୍ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଆଜି ପ୍ରେସ୍ମିଟ୍ କରିଥିଲେ । ଏଥିରେ ସେ ସୂଚନା ଦେଇଥିଲେ ଯେ ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମେ ମାସ ୭ ତାରିଖରେ ଏହି ପରୀକ୍ଷା ସରିବ ।
Powered by Froala Editor