ଦେଶରେ ୩,୬୧୪ ନୂଆ ସଂକ୍ରମିତ,୮୯ ମୃତ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଆଜି ଦୈନିକ ପଜିଟିଭ ମାମଲା ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୩,୬୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୀର୍ଘ ଦିନ ପରେ ଆଜି ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ୧୦୦ ତଳକୁ ହ୍ରାସ ପାଇଛି । ଦିନକରେ ୮୯ କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ ୫,୧୮୫ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ।
ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ୪୦,୫୫୯ ଟି ସକ୍ରିୟ ମାମଲା ରହିଛି । ଦେଶରେ ଦୈନିକ ପଜିଟିଭ ହାର ୦.୪୪% ରହିଛି । ଏଯାବତ୍ ମୋଟ ୪,୨୪,୩୧,୫୧୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ୫,୧୫,୮୦୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏଯାବତ୍ ୧,୭୯,୯୧,୫୭,୪୮୬ କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୮,୫୧୧ କୋଟି ଡୋଜ୍ ଦିଆଯାଇଛି ।
Powered by Froala Editor