କରୋନା ନେଲା ୧୪ଜୀବନ
ଭୁବନେଶ୍ଵର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ୧୪ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୬୮ କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରୁ ରାୟଗଡ଼ା ଜିଲ୍ଲାରୁ ୪ ଜଣ, କେନ୍ଦୁଝର ୨ ଜଣ, ସୁନ୍ଦରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮ ହଜାର ୦୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୪୫୬୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୪୪୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଜଣ, ସୁନ୍ଦରଗଡ଼ରୁ ୭୩୫ ଜଣ, ଅନୁଗୁଳରୁ ୫୨୫ ଜଣ, କଟକରୁ ୪୮୨ ଜଣ,ସମ୍ବଲପୁରରୁ ୪୪୧ ଜଣ, ବରଗଡ଼ରୁ ୩୯୦ ଜଣ, ଝାରସୁଗୁଡ଼ାରୁ ୩୮୬ ଜଣ,ନବରଙ୍ଗପୁରରୁ ୩୨୦ ଜଣ, ପୁରୀରୁ ୩୦୬ ଜଣ, ନୂଆପଡ଼ାରୁ ୨୬୪ ଜଣ, ସୋନପୁରରୁ ୨୦୭ ଜଣ,ମୟୂରଭଞ୍ଜରୁ ୧୯୯ ଜଣ, ବଲାଙ୍ଗୀରରୁ ୧୯୮ ଜଣ, ଯାଜପୁରରୁ ୧୯୪ ଜର, ନୟାଗଡ଼ରୁ ୧୮୭ ଜଣ, କଳାହାଣ୍ଡିରୁ ୧୭୪ ଜଣ, ଗଞ୍ଜାମରୁ ୧୬୯ ଜଣ,ରାୟଗଡ଼ାରୁ ୧୫୪ ଜଣ,ଜଗତସିଂହପୁରରୁ ୧୪୯ ଜଣ, ଭଦ୍ରକରୁ ୧୪୫ ଜଣ, କୋରାପୁଟରୁ ୧୨୭ ଜଣ, ଗଜପତିରୁ ୧୨୦ ଜଣ,ବୌଦ୍ଧରୁ ୧୦୩ ଜଣ, ଦେବଗଡ଼ରୁ ୧୦୧ ଜଣ, ବାଲେଶ୍ବରରୁ ୧୦୦ ଜଣ, ଢ଼େଙ୍କାନାଳରୁ ୮୬ ଜଣ, କେନ୍ଦୁଝରରୁ ୭୫ ଜଣ, କେନ୍ଦ୍ରପଡ଼ାରୁ ୭୦ ଜଣ, କନ୍ଧମାଳରୁ ୬୧ ଜଣ, ମାଲକାନଗିରିରୁ ୩୬ ଜଣ ଏବଂ ଷ୍ଟେ୍ଟ୍ ପୋଲ୍ରୁ ୨୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୬୨ ହଜାର ୬୨୨ ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୯ ହଜାର ୪୫୩ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୯୧ ହଜାର ୦୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
Powered by Froala Editor