ଜାନୁଆରୀ ୨୧ରେ ପାଳନ ହେବ ‘ସୁଶାନ୍ତ ମୁନ୍ ଡେ’

ଏଣିକି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ ଜାନୁଆରୀ ୨୧ ତାରିଖ ‘ସୁଶାନ୍ତ ମୁନ୍ ଡେ’ ରୂପେ ପାଳନ କରାଯିବ । ସୁଶାନ୍ତଙ୍କ ଭଲପାଇବାକୁ ମନେ ପକାଇ ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋଶାଇଟି ଏପରି ପଦକ୍ଷେପ ନେଇଛି । ଆସନ୍ତା ବର୍ଷରୁ ଏହା ପାଳିତ ହେବ ।
ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ମୃତ୍ୟୁ ପୂର୍ବରୁ ଅନ୍ତରୀକ୍ଷ ଉପରେ ପର୍ଯ୍ୟବେଷିତ ଏକ ଫିଲ୍ମ ‘ଚନ୍ଦା ମାମା ଦୂର କେ’ରେ ମେନ୍ ଲିଡ ପ୍ଲେ କରିବା ନିମନ୍ତେ ସୁଶାନ୍ତଙ୍କ ନାଁ ଫାଇନାଲ ହୋଇଥିଲା। ଏଥିନିମନ୍ତେ ସେ ଖୁବ୍ ଉତ୍ସାହିତ ଥିବା ସହ ଆମେରିକା ବି ଯାଇଥିଲେ । ହେଲେ ଏହା ପୂର୍ବରୁ ୨୦୨୦ ଜୁନ୍ ୧୪ରେ ନିଜ ଘରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।
ଏହା ସତ ଯେ, ସୁଶାନ୍ତ ଅଭିନୟ ସହ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ବହୁ ବହି ପଢ଼ୁଥିବା ବେଳେ ଜହ୍ନରେ ଜାଗା ବି କିଣି ଦେଇଥିଲେ। ଏପରିକି ନିଜ ଜାଗାକୁ ଦେଖିବାକୁ ଏକ ବହୁମୂଲ୍ୟର ଦୂରବିକ୍ଷଣ ଯନ୍ତ୍ର କିଣି ନିଜ ଘରେ ରଖିଥିଲେ।
Powered by Froala Editor