ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଝଟକା : ଏବେ ସେ ପଛୁଆ

ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଝଟକା ଲାଗିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ସାୱନ୍ତ ପଛରେ ରହିଛନ୍ତି । ଯାହା ସେମାନଙ୍କ ସମର୍ଥକଙ୍କୁ ଝଟକା ଦେଇଛି । ତେବେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଗୋଆରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଛି ।
ଖାଲି ଗୋଆ ନୁହେଁ ଉତରାଖଣ୍ଡରେ ହରିଶ ରାୱତ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ପଞ୍ଜାବରେ ଅଧିକାଂଶ ବଡ଼ ନେତା ପଛୁଆ ଅଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଝଟକା ଲାଗିଛି । ଏବେ ସେ ପଛରେ ରହିଛନ୍ତି । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହଙ୍କୁ ଝଟକା ଲାଗିଛି । ପ୍ରଥମେ ସେ ଆଗେଇ ଥିବାବେଳେ ପରବର୍ତୀ ରାଉଣ୍ଡରେ ସେ ପଛେଇ ଯାଇଛନ୍ତି । ତେବେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଅପରପକ୍ଷରେ ପଞ୍ଜାବ କଂଗ୍ରେସ ସଭାପତି ତଥା ଟାଣୁଆ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପ୍ରାରମ୍ଭିକ ଝଟକା ଲାଗିଛି । ପ୍ରାରମ୍ଭିକ ଗଣତିରେ ସିଦ୍ଧୁ ଏବେ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କର ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି । ଖାଲି ସେତିକିନୁହେଁ ପ୍ରକାଶ ସିଂ ବାଦଲ ମଧ୍ୟ ପଛୁଆ ରହିଛନ୍ତି ।
Powered by Froala Editor