ପଞ୍ଜାବରେ ଚରଣଜିତ ସିଂ ଚନ୍ନିଙ୍କୁ ଝଟକା
ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଝଟକା ଲାଗିଛି । ଏବେ ସେ ପଛରେ ରହିଛନ୍ତି । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହଙ୍କୁ ଝଟକା ଲାଗିଛି । ପ୍ରଥମେ ସେ ଆଗେଇ ଥିବାବେଳେ ପରବର୍ତୀ ରାଉଣ୍ଡରେ ସେ ପଛେଇ ଯାଇଛନ୍ତି । ତେବେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଅପରପକ୍ଷରେ ପଞ୍ଜାବ କଂଗ୍ରେସ ସଭାପତି ତଥା ଟାଣୁଆ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପ୍ରାରମ୍ଭିକ ଝଟକା ଲାଗିଛି । ପ୍ରାରମ୍ଭିକ ଗଣତିରେ ସିଦ୍ଧୁ ଏବେ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କର ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି । ଖାଲି ସେତିକିନୁହେଁ ପ୍ରକାଶ ସିଂ ବାଦଲ ମଧ୍ୟ ପଛୁଆ ରହିଛନ୍ତି ।
ପଞ୍ଜାବରେ ଆମ ଆଦମୀ ପାର୍ଟି ଦମଦାର ପ୍ରଦର୍ଶନ କରିଛି । ଏକଜିଟ ପୋଲ ଆକଳନ ଅନୁଯାୟୀ ଆମ ଆଦମୀ ପାର୍ଟି ପ୍ରାରମ୍ଭିକ ଟ୍ରେଣ୍ଡରେ ଢେ଼ର ଆଗୁଆ ରହିଛି । ଏଯାବତ ଗୋଟିଏ ଦୁଇ ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ଆପ ୫୨ ଆସନରେ ଆଗୁଆ ରହିଛି । ଯେତେବେଳେକି କଂଗ୍ରେସ ୩୮ ଆସନରେ ଆଗୁଆ ଥିବାବେଳେ ଶିରୋମଣୀ ଅକାଳୀ ଦଳ ୨୦ ଏବଂ ବିଜେପି ୭ ଆସନରେ ଆଗୁଆ ରହିଛି ।
Powered by Froala Editor