ରୁଷ ବିରୋଧରେ ଲଢିବାକୁ ୟୁକ୍ରେନ ସେନାରେ ମିଶିଲେ ତାମିଲନାଡୁର ଯୁବକ
ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜଣେ ୨୧ ବର୍ଷୀୟ ଭାରତୀୟ ନାଗରିକ ୟୁକ୍ରେନ ସେନାରେ ସାମିଲ ହୋଇ ରୁଷ ବିରୋଧରେ ବନ୍ଧୁକ ଧରିଛନ୍ତି । ଯୁବକ ଜଣକ ହେଲେ ସାଇନିକେଶ ରବିଚନ୍ଦ୍ରନ । ଯୁବକ ଘର ତାମିଲନାଡୁର କୋଏମ୍ୱଟୁର ଥିବା ଜଣାପଡିଛି। ସାଇନିକେଶଙ୍କ ପିତାମାତା ଏ ବିଷୟରେ ଅବଗତ ନଥିବାବେଳେ ଏବେ ଜାଣିବା ପରେ ସେମାନଙ୍କ ହୋସ ଉଡିଯାଇଛି ।
ସୂଚନା ଅନୁସାରେ, ଯୁବକ ଜଣକ ଭାରତୀୟ ସେନାରେ ସାମିଲ ହେବା ପାଇଁ ଦୁଇ ଥର ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ୨୦୧୮ ରେ ସେ ୟୁକ୍ରେନ ଯାଇଥିଲେ ।ସେ ଖାର୍କିଭରେ ଥିବା ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଜୁଲାଇ ୨୦୨୨ରେ ତାଙ୍କର ପାଠପଢା ସରିବାର ଥିଲା, କିନ୍ତୁ ଏହାପୂର୍ବରୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଏବଂ ସବୁକିଛି ବିଗିଡି ଯାଇଥିଲା । ଏହାପରେ ରବିଚନ୍ଦ୍ରନ ୟୁକ୍ରେନ ସେନାରେ ସାମିଲ ହୋଇଥିଲେ। ମାମଲାର ତଦନ୍ତ କରୁଥିବା ଜଣେ ଇନସ୍ପେକ୍ଟର କହିଛନ୍ତି, କିଛି ଦିନ ପୂର୍ବେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ୟୁକ୍ରେନ ସେନାର ସାମିଲ ହେବା ଉଦ୍ଦେଶ୍ୟ ସମ୍ପର୍କରେ ରବିଚନ୍ଦ୍ରନଙ୍କ ବାପା-ମାଆଙ୍କ କଥା ହୋଇଥିଲେ।
ମିଡିଆ ରିପୋର୍ଟକୁ ଆଧାର କରି ଯୁବକଙ୍କ ପରିବାରକୁ ଏନେଇ ଅବଗତ କରାଯାଇଥିଲା । ରବିଚନ୍ଦ୍ରନକୁ ଭେଟିବାକୁ ଯାଇଥିବା ଗୁଇନ୍ଦା ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଥିବା କୁହାଯାଇଥିଲା। ତେବେ ପରିବାର ଲୋକଙ୍କ କହିବା କଥା ରବିଚନ୍ଦ୍ରନଙ୍କ ସେନା ପ୍ରତି ଥିଲା ଦୁର୍ବଳତା। ଏହି କାରଣରୁ ଭାରତୀୟ ସେନାରେ ସାମିଲ ହେବା ପାଇଁ ଦୁଇ ଥର ପ୍ରୟାସ କରିଥିଲେ, କିନ୍ତୁ ଉଚ୍ଚତା କମ ଥିବାରୁ ସେ ବିଫଳ ହୋଇଥିଲେ ।
Powered by Froala Editor