ଭାରତୀୟ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁକୁ ନେଇ ସସପେନ୍ସ

ପାଲେଷ୍ଟାଇନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ଘଟିଛି । ରାମଲ୍ଲାସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ତାଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି । ତେବେ ୨୦୦୮ ମସିହା ବ୍ୟାଚ୍ର ଏହି ଆଇଏଫ୍ଏସ୍ ଅଫିସରଙ୍କ ମୃତ୍ୟୁକୁ ନେଇ ଅନେକ ସସପେନ୍ସ ଜାରି ହୋଇଛି ।
ଏହି ଖବର ପ୍ରକାଶ ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ମୃତ୍ୟୁ ଘଟଣାର ତଦନ୍ତ କରିବା ଲାଗି ପୋଲିସ, ନିରାପତ୍ତା ଅଧିକାରୀଙ୍କୁ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ସାତେୟ ନିର୍ଦ୍ଦେଶ ଦେଇଛନ୍ତି । ମୁକୁଲଙ୍କ ଦେହାନ୍ତ ନେଇ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରୀ ରିୟାଦ ଅଲ ମାଲିକି ଶୋକବ୍ୟକ୍ତ କରିଛନ୍ତି । ପୂର୍ବରୁ ମୁକୁଲ କାବୁଲ, ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ । ମୁକୁଲଙ୍କ ମରଶରୀର ଭାରତ ଆଣିବା ଲାଗି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି ।
Powered by Froala Editor