ରେକର୍ଡ ସ୍ତରରେ ଅଶୋଧିତ ତୈଳ ଓ ଖାଇବା ତେଲର ଦର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଯୁଦ୍ଧ ୧୨ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି । ଯୁଦ୍ଧ ପାଇଁ ଚାରିଆଡେ ହାହାକାର ପରିସ୍ଥିତି । ଏହି ଯୁଦ୍ଧରେ ସାରା ବିଶ୍ୱ ପ୍ରଭାବିତ ହେଉଛି । ବିଶ୍ୱ ବଜାରରେ ଯୁଦ୍ଧର ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି । ବର୍ତ୍ତମାନ ଅଶୋଧିତ ତୈଳ ଓ ଖାଇବା ତେଲର ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ଡଲାରରେ ପହଞ୍ଚିଛି । ୨୦୧୪ପରେ ଅଶୋଧିତ ତୈଳ ଦରରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଋଷରୁ ତୈଳ ଆମଦାନୀ ଉପରେ ଆମେରିକା ଓ ୟୁରୋପର ପ୍ରତିବନ୍ଧକ ଲଗାଇଥିବାରୁ, ଏହା ତା’ର ପ୍ରଭାବ ବୋଲି କୁହାଯାଉଛି ।
ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୦ ଡଲାର ପାଖାପାଖି ଥିଲା । ଏବେ ତାହା ୧୩୦ ଡଲାରରେ ପହଞ୍ଚିଯାଇଛି । ଯାହା ୧୪ ବର୍ଷର ରେକର୍ଡ ଭାଙ୍ଗିଥିବା ସୂଚନା ରହିଛି । ଗତ ଜାନୁଆରୀ ୧ରୁ ଆଜି ସୁଦ୍ଧା ୬୫ ପ୍ରତିଶତ ବଢିଲାଣି ତେଲ ଦର । ଆଗାମୀ ସପ୍ତାହରେ ଭାରତୀୟ ବଜାରରେ ଏହାର ପ୍ରଭାବ ପଡିପାରେ । ଆଉ କିଛି ଦିନ ଭିତରେ ତାହା ୧୮୦ ଡଲାର ହୋଇଯିବାର ଆଶଙ୍କା ରହିଛି । ଏବେ ଜାହାଜରେ ସାମଗ୍ରୀ ପରିବହନ କରିବା ଲାଗି ଦିନକୁ ୨୦ ହଜାର ଡଲାର ଗଣିବାକୁ ପଡୁଛି ।
Powered by Froala Editor