ପଶ୍ଚିମବଙ୍ଗରେ ୭ଦିନ ବନ୍ଦ ରହିବ ଇଣ୍ଟରନେଟ
କୋଲକାତା: ଆଜିକାଲିର ଡିଜିଟାଲ ଯୁଗରେ ଇଣ୍ଟରନେଟ ବିନା ଅଖ ଚକ ସବୁ ବନ୍ଦ । ଗୋଟିଏ ଦିନ ଇଣ୍ଟରନେଟ୍ ବନ୍ଦ ହୋଇଗଲେ ଅନେ କ୍ଷତି ସହିବାକୁ ପଡୁଛି ।
ପଶ୍ଚିମବଙ୍ଗର କିଛି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ଏବଂ ବ୍ରଡବାଣ୍ଡ ସର୍ଭିସକୁ ୭ଦିନ ପାଇଁ ସାମୟିକ ଭାବେ ସସ୍ପେଣ୍ଡ କରାଯିବ ବୋଲି ନିଦେ୍ର୍ଧଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତ୍ୟୃତ୍ୱାଧୀନ ତୃଣମୂଳ କଂଗ୍ରେସ(ଟିଏମସି) ସରକାର ।
ତେବେ ମାଲଦା, ମୁରଶିବାଦ, ଉତ୍ତରଦିନାଜପୁର, କୁଚବେହାର, ଜଲପାଇଗୁଡି, ବୀରଭୁମ, ଓ ଦାର୍ଜିଲିଂ ଜିଲ୍ଲାର କିଛି ବ୍ଲକରେ ୭ରୁ ୧୬ ତାରିଖ ମଧ୍ୟରେ କିଛି ସମୟ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଆସନ୍ତା ୭ରୁ ୯, ୧୧ରୁ ୧୨, ୧୪ରୁ ୧୬ ତରିଖରେ ଅପରାହ୍ନ ୧୧ରୁ ୩ଟା ୧୫ମିନିଟ୍ ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ ନାହିଁ । ତେବେ ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପଶ୍ଚିମବଙ୍ଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ।
Powered by Froala Editor