ଯୁଦ୍ଧ ବନ୍ଦ କଲା ରୁଷିଆ

ମସ୍କୋ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରୁଷିଆ ସାମୟିକ ସମୟ ପାଇଁ ଯୁଦ୍ଧ ବନ୍ଦ କରିଛି । ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏଭଳି ମାନବୀୟ କରିଡ଼ର ନିମନ୍ତେ ରୁଷ ଯୋଜନା କରିଛି । ତେଣୁ ସାମୟିକ ଭାବେ ଅସ୍ତ୍ର ବିରତି ଘୋଷଣା କରାଯାଇଛି । ଅର୍ଥାତ ଏବେ କିଛି ଘଂଟା ପାଇଁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବ ନାହିଁ । ତେବେ ପରେ ପୁନଶ୍ଚ ଯୁଦ୍ଧର ଆଶଙ୍କା ରହିଛି ।
ଏଗାର ଦିନ ଧରି ଜାରି ରହିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେ଼ଇ । ରୁଷ ଘନଘନ ଆକ୍ରମଣ କରୁଥିଲେବି ୟୁକ୍ରେନ ଏଯାଏଁ ଆତ୍ମସମର୍ପଣ କରିନାହିଁ । ଇତିମଧ୍ୟରେ ୟୁକ୍ରେନରୁ ୧୫ ଲକ୍ଷ ଲୋକ ଅନ୍ୟ ଦେଶକୁ ଚାଲି ଯାଇଥିବାବେଳେ ଅନେକ ସ୍ଥାନ ଧ୍ୱଂସସ୍ତୁପ ପାଲଟିଯାଇଛି । ଅପରପକ୍ଷରେ ଆମେରିକା ଓ ନାଟୋ ଦେଶଗୁଡ଼ିକ ଠାରୁ ୟୁକ୍ରେନ ସାମରିକ ସହାୟତା ଚାହୁଁଥିଲେବି ଏଯାବତ ୟୁକ୍ରେନକୁ ସେଭଳି ସହାୟତା ମିଳିନାହିଁ । ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯୁଦ୍ଧରେ ରୁଷର ୧୧ ହଜାର ସୈନିକ ମୃତୁ୍ୟବରଣ କରିସାରିଛନ୍ତି । ଯେତେବେଳେକି ୟୁକ୍ରେନର ୨ ହଜାର ସୈନ୍ୟ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି ଅନୁଯାୟୀ, ଯୁଦ୍ଧରେ ରୁଷର ୨୮୫ ଟ୍ୟାଙ୍କ, ୯୮୫ ଯୁଦ୍ଧାସ୍ତ୍ର ଯାନ, ୭୯ ଫାଇଟର ଜେଟ, ୧୦୯ ଆର୍ଟିଲାରୀ ସିଷ୍ଟମ, ୫୦ ଏମଏଲଆର, ୪୪ ଏୟାରକ୍ରାଫ୍ଟ ଓ ୪୮ ହେଲିକପ୍ଟର ନଷ୍ଟ ହୋଇଛି । ସେହିପରି ରୁଷ ସୈନିକଙ୍କୁ ବନ୍ଦୀ କରାଯାଇଥିବାବେଳେ ସେମାନଙ୍କ ପାଇଁ ଯୁଦ୍ଧବନ୍ଦୀ ଶିବିର କରାଯିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ।
ଅପରପକ୍ଷରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, ୟୁକ୍ରେନର ୨୨୦୩ ସୈନିକ ମୃତୁ୍ୟବରଣ କରିôଥବାବେଳେ ୟୁକ୍ରେନର ଏସ-୩୦୦ ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କରିଦିଆଯାଇଛି । ସେହିପରି ୟୁକ୍ରେନର ୨୭୪ ମୋର୍ଟାର, ୫୩୨ ଯୁଦ୍ଧାସ୍ତ୍ର ବାହାନ ଓ ଶତାଧିକ ବିମାନ ନଷ୍ଟ କରାଯାଇଛି ।
Powered by Froala Editor