'ଆପଣ ମୋତେ ଶେଷ ଥର ପାଇଁ ଜୀବିତ ଦେଖୁଛନ୍ତି...ସାହାଯ୍ୟ ପାଇଁ ଗୁହାରି କରି ଏମିତି କହିଲେ ଜେଲେନ୍ସ୍କି

ଆପଣ ମୋତେ ଶେଷ ଥର ପାଇଁ ଜୀବିତ ଦେଖୁଛନ୍ତି। ଏହାପରେ କ’ଣ ଘଟିବ ତାହା ମୁଁ ଜାଣିନି।’ ରୁଷ ଆକ୍ରମଣ ସମ୍ମୁଖରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶି ଯାଉଥିବା ବେଳେ ରାଷ୍ଟ୍ରପତି ବୋଲିଦିମିର ଜେଲେନ୍ସ୍କି ଆମେରିକା ସଂସଦକୁ ଭିଡିଓ କଲ୍ କରି ଭାବପ୍ରବଣ ହୋଇ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଆମେରିକାର ୩ଶହ ସାଂସଦ ତଥା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏପରି ଗୁହାରୀ କରିଛନ୍ତି ଜେଲେନସ୍କି।
ଜେଲେନ୍ସ୍କି ବର୍ତ୍ତମାନ ରାଜଧାନୀ କିଭ୍ରେ ଥିବା ବେଳେ ଏହାର ଉତ୍ତର ପଟରେ ଘେରି ରହିଛନ୍ତି ଋଷ ସେନା। କେତେବେଳେ କିଛି ବି ହେଇପାରେ। ସେନା ପୋଷାକ ପିନ୍ଧି ଭିଡିଓ କଲ୍ରେ କଥା ହୋଇ ଜେଲେନ୍ସ୍କି କହିଛନ୍ତି ଯେ ୟୁକ୍ରେନକୁ ନିଜର ଆକାଶପଥ ସୀମାର ସୁରକ୍ଷା କରିବା ଆବଶ୍ୟକ ପଡ଼ୁଛି। ଯଦି ନୋଟୋ ବିମାନ ଉଡ଼ାଣ ନିଷିଦ୍ଧାଞ୍ଚଳ ଘୋଷଣା କରେ ଓ ଆମେରିକା ଅଧିକ ଫାଇଟର ଜେଟ୍ ପଠାଏ ତେବେ ଏହା ସମ୍ଭବ ହୋଇପାରିବ। ହେଲେ ନାଟୋ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ରାଜି ହେଉ ନାହିଁ। ଏହାଦ୍ୱାରା ରୁଷ ସହ ଲଢ଼େଇ ଅଧିକ ଜୋରଦାର ହେବ ବୋଲି କହିଛି ।
ଏପରି ସମୟରେ ନିଜ ଦେଶବାସୀଙ୍କ ସହ ଛିଡ଼ା ହୋଇଥିବା ତଥା କିଭ୍ରେ ଥିବା ଜେଲେନସ୍କି ହତାଶ ହୋଇ ପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତେଣୁ ତାଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରାଯିବ ବୋଲି ସିନେଟର ନେତା ଚେକ୍ ସୁମର କହିଛନ୍ତି। ସୁମର କହିଛନ୍ତି "ରାଷ୍ଟ୍ରପତି ଜେଲେନ୍ସ୍କି ହାତାଶ ଓ ନିରାଶ ହୋଇ ଗୁହାରୀ ଲଗାଇଛନ୍ତି। ଜେଲେନ୍ସ୍କି ଚାହୁଁଛନ୍ତି ଯେ ଆମେରିକ ପୂର୍ବ ୟୁରୋପ ଚୁକ୍ତି ଅନୁସାରେ ଯୁଦ୍ଧ ବିମାନ ପଠାଉ। ତେଣୁ ନିୟମ ଅନୁସାରେ ମୁଁ ଯାହା କରିପାରିବି ତାହା ନିଶ୍ଚୟ କରିବି।"
Powered by Froala Editor