ଯବାନଙ୍କ ଉପରକୁ ଗ୍ରେନେଡ୍ ହମ୍ଲା : ଜଣେ ସାଧାରଣ ନାଗରିକ ମୃତ, ୨୦ ଆହତ

ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଥିବା ଲାଲ ଚୌକ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ପୋଲିସ କର୍ମୀ ସମେତ ୨୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ଏବେ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସୂଚନା ମିଳିବା ମାତ୍ରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନାନୁସାରେ, ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀନଗରର ଲାଲ ଚୌକରେ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଯବାନଙ୍କ ଉପରକୁ ଲକ୍ଷ୍ୟ କରାଯାଇ ଗ୍ରେନେଡ୍ ଫିଙ୍ଗା ଯାଇଥିଲେ ହେଁ ତାହା ଲକ୍ଷ୍ୟଚ୍ୟୁତ୍ ହୋଇ ଅନ୍ୟତ୍ର ପଡିଥିଲା। ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ଏହାର ଶିକାର ହୋଇଥିଲେ। ପ୍ରାୟ ୨୦ଜଣ ଏହି ଆକ୍ରମଣରେ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରି ରହିଛନ୍ତି। ଏହା ସହ ସାମରିକ କାର୍ଯ୍ୟ ଆରମ୍ଭ କରାଯାଇଛି। ଆଇଜି ବିଜୟ କୁମାର ରବିବାର ଏହାର ସୂଚନା ଦେଇଛନ୍ତି।
Powered by Froala Editor