ବସ୍କୁ କ୍ରସ୍ କରିବାକୁ ଷ୍ଟଣ୍ଟ୍ ଦେଖାଉଥିଲେ, କାର୍ ସହ ଓଲଟି ପଡ଼ିଲେ
ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ନିଶା ସମସ୍ତଙ୍କୁ ଲାଗିଛି । ଭିନ୍ନ ଭିନ୍ନ ଅନ୍ଦାଜ୍ରେ କିଛି ଅଲଗା କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହି ନିଶା ବେଳେବେଳେ ଯୁବପିଢିଙ୍କୁ ମରଣ ମୁହଁକୁ ଠେଲି ଦେଉଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁ ଭିଡିଓ ଦେଖିଲେ ଆପଣ ଜିଭ କାମୁଡି ଦେବେ ।
ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ପାର୍ବତ୍ୟର ସଂକୀର୍ଣ୍ଣ ରାସ୍ତାରେ ଆଗରୁ ଏକ ବସ୍ ଆସୁଛି । ଯେଉଁଥିପାଇଁ ପୁରା ରାସ୍ତା ବ୍ଲକ ହୋଇଛି । ଏଭଳି ପରିସ୍ଥିତିରେ କାର ଡ୍ରାଇଭର ବସ୍ ଆଗରୁ ଗାଡ଼ିକୁ ପଛକୁ ନେବା ପରିବର୍ତ୍ତେ ପାହାଡ଼ ଉପରେ କାର୍କୁ ଚଳାଇଥିଲେ । କାର୍ ଆରୋହୀ ପାହାଡ଼ ସାହାରାରେ ଗାଡ଼ିକୁ ଅଣାଇ ଅଣାଇ ଆଗକୁ ନେବାକୁ ଚଳାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ହେଲେ ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଲେଉଟି ପଡ଼ିଛି ।
ଏହା ପରେ ଓଲଟି ପଡିଥିବା କାରରୁ ଧିରେ ଧିରେ ସମସ୍ତ ଲୋକ ବାହାରକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟି ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।
Powered by Froala Editor